ଓଡିଶା

odisha

Gujarat coast: ଗଭୀର ସମୁଦ୍ରରୁ ରୋମାନିଆ ନାଗରିକଙ୍କୁ ଉଦ୍ଧାର କଲା କୋଷ୍ଟଗାର୍ଡ

By

Published : Jun 27, 2023, 9:33 PM IST

ETV Bharat / videos

Gujarat Coast: ଗଭୀର ସମୁଦ୍ରରୁ ରୋମାନିଆ ନାଗରିକଙ୍କୁ ଉଦ୍ଧାର କଲା କୋଷ୍ଟଗାର୍ଡ

ଗାନ୍ଧୀନଗର:ଗୁଜୁରାଟର ପୋରବନ୍ଦର ଉପକୂଳଠାରୁ ପ୍ରାୟ 82 କିଲୋମିଟର ଦୂର ଗଭୀର ସମୁଦ୍ରରେ ଥିବା ଏକ ଜାହାଜରେ ହୃଦଘାତରେ ପୀଡିତ ଜଣେ ରୋମାନିଆ ନାଗରିକଙ୍କୁ ଉଦ୍ଧାର କରିଛି କୋଷ୍ଟଗାର୍ଡ । ଏହି ବିଦେଶୀ ନାଗରିକ ଜଣକ ଏକ ଜାହାଜରେ କାର୍ଯ୍ୟରତ ଥିଲେ । ହଠାତ ସେ ହୃଦଘାତର ଶିକାର ହୋଇଥିବା ସୂଚନା ମିଳିବା ପରେ ଭାରତୀୟ ତଟରକ୍ଷୀ ବାହିନୀ ଏହି ଉଦ୍ଧାର ଅପରେସନ ଆରମ୍ଭ କରିଥିଲା । କୋଷ୍ଟଗାର୍ଡର ଲାଇଟ କମ୍ବାଟ ହେଲିକପ୍ଟର ‘ଧ୍ରୁବ’ ଏହି ମିଶନରେ ବ୍ୟବହୃତ ହୋଇଥିଲା । ଏହି ବିଦେଶୀ ନାଗରିକଙ୍କୁ ଉଦ୍ଧାର କରି ପୋରବନ୍ଦର କୋଷ୍ଟଗାର୍ଡ ବେସକୁ ଅଣାଯାଇଥିଲା । ସେଠାରେ ପୂର୍ବରୁ ପ୍ରସ୍ତୁତ ରଖାଯାଇଥିବା ଆମ୍ବୁଲାନ୍ସରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ କୋଷ୍ଟଗାର୍ଡ ଅଧିକାରୀ । ଉକ୍ତ ବାଣିଜ୍ୟିକ ଜାହାଜଟି ଭାରତୀୟ ସୀମାରୁ ପ୍ରାୟ 82 କି.ମି ଦୂର ସମୁଦ୍ର ମଧ୍ୟରେ ଥିବା ବେଳେ ଜଣେ କର୍ମଚାରୀ ଅସୁସ୍ଥ ହୋଇପଡିଥିବା ନେଇ କୋଷ୍ଟଗାର୍ଡକୁ ସହାୟତା ମଗାଯାଇଥିଲା । ମିଶନ ସମ୍ପର୍କରେ କୋଷ୍ଟଗାର୍ଡ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଦେଖନ୍ତୁ ଅପରେସନ ସମୟର ଭିଡିଓ 

ABOUT THE AUTHOR

...view details