ଓଡିଶା

odisha

ମୁଁ ମୋ ଲୋକଙ୍କ ପାଇଁ ଗର୍ବିତ: ମୁଖ୍ୟମନ୍ତ୍ରୀ

By

Published : Jun 6, 2023, 11:04 PM IST

Updated : Jun 7, 2023, 8:29 AM IST

ETV Bharat / videos

Rescue Efforts In Train Tragedy: ମୁଁ ମୋ ଲୋକଙ୍କ ପାଇଁ ଗର୍ବିତ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ରାଜ୍ୟ ସ୍ବାସ୍ଥ୍ୟକ୍ଷେତ୍ରରେ ଏକ ଐତିହାସିକ ଦିନ । ଏକକାଳୀନ ୧୨୦୫ ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳିଙ୍ଗ ଷ୍ଟାଡିୟମରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ନବ ନିଯୁକ୍ତ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ଦେବା ଅବସରରେ ଓଡ଼ିଶାର ଡାକ୍ତର, ମେଡିକାଲ ଛାତ୍ରଛାତ୍ରୀଙ୍କ ଉଦ୍ୟମ ଓ ନିଷ୍ଠା ଯୋଗୁଁ ବାଲେଶ୍ବର ଟ୍ରେନ ଦୁର୍ଘଟଣାରୁ ଅନେକ ଜୀବନ ବଞ୍ଚି ଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ ମୁଁ ମୋ ଲୋକଙ୍କ ପାଇଁ ଗର୍ବିତ ବୋଲି କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, "ବାଲେଶ୍ଵର ରେଳ ଦୁର୍ଘଟଣାରେ ସାରା ବିଶ୍ଵ ସ୍ତବ୍ଧ ହୋଇଯାଇଥିଲା । ସମସ୍ତେ ଦୁଃଖରେ ଭାଙ୍ଗି ପଡ଼ିଥିଲେ । କିନ୍ତୁ ଏହି ଦୁର୍ଘଟଣା ଓଡିଶାର ଶକ୍ତି ପ୍ରମାଣିତ ହୋଇଛି । ବିପର୍ଯ୍ୟୟ ସମୟରେ ଅନ୍ୟମାନଙ୍କ ଭାବନାଠାରୁ ଅଧିକ ସଫଳ ହୋଇଛି ରାଜ୍ୟ । ଡାକ୍ତର, ମେଡିକାଲ ଛାତ୍ରଛାତ୍ରୀଙ୍କ ଉଦ୍ୟମ ଓ ନିଷ୍ଠା ଯୋଗୁଁ ଆମେ ସଫଳ ହୋଇଛି । ଜୀବନ ବଞ୍ଚାଇବା ସମସ୍ତଙ୍କ ମନରେ ଥିଲା । ଆମେ ୧ ହଜାରରୁ ଅଧିକ ଜୀବନ ରକ୍ଷା କରିବାରେ ସଫଳ ହୋଇଛେ । ମୁଁ ମୋ ଲୋକଙ୍କ ପାଇଁ ଗର୍ବିତ ।"

ସେହିପରି ଖବର ମିଳିବା କ୍ଷଣି ପ୍ରଶାସନ ତତ୍କାଳ ଆକ୍ସନକୁ ଆସିଥିଲା । ମନ୍ତ୍ରୀ, ବରିଷ୍ଠ ଅଧିକାରୀ, କର୍ମଚାରୀ ଦୁର୍ଘଟଣାସ୍ଥଳ ମୁହାଁ ହୋଇଥିଲେ । ତୁରନ୍ତ ଉଦ୍ଧାର, ଚିକିତ୍ସା ବ୍ୟବସ୍ଥା କରାଯାଇପାରିଥିଲା । ସାଇକ୍ଲୋନ ମ୍ୟାନଜେମେଣ୍ଟ ଏକ ଲଙ୍ଗ ମ୍ୟାନେଜମେଣ୍ଟ, କୋଭିଡ ମ୍ୟାନଜେମେଣ୍ଟ ଏକ ମିଡିଲ ମ୍ୟାନେଜମେଣ୍ଟ ପରେ ଏବେ ଏକ ସଡନ କ୍ରାଇସିସ୍‌ରେ ମଧ୍ୟ ଆମେ ମ୍ୟାନେଜମେଣ୍ଟ କରିବାରେ ସକ୍ଷମ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 7, 2023, 8:29 AM IST

ABOUT THE AUTHOR

...view details