ଓଡିଶା

odisha

5T converted schools in Dhenkanal

By

Published : May 4, 2023, 7:54 PM IST

ETV Bharat / videos

୩ୟ ପର୍ଯ୍ୟାୟ 5Tରେ ୩୫ ରୂପାନ୍ତରିତ ସ୍କୁଲ ଲୋକର୍ପିତ

ଢେଙ୍କାନାଳ: ତୃତୀୟ ପର୍ଯ୍ୟାୟ 5Tରେ ୩୫ ରୂପାନ୍ତରିତ ସ୍କୁଲ ଲୋକାର୍ପିତ । ଭର୍ଚ୍ଚୁଆଲରେ ଢେଙ୍କାନାଳର ୩୫ ରୂପାନ୍ତରିତ ସ୍କୁଲକୁ ଲୋକର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଢେଙ୍କାନାଳ ସିଆରିଆ ସ୍ଥିତ ଭଗବାନ ବିଦ୍ୟା ମନ୍ଦିରରେ ଲୋକର୍ପଣ ଉତ୍ସବରେ 5Tର ତୃତୀୟ ପର୍ଯ୍ୟାୟରେ ଆଜି ରାଜ୍ୟର ୫ଟି ଜିଲ୍ଲାର ୩୫୯ ରୂପାନ୍ତରିତ ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକର୍ପଣ କରିଛନ୍ତି। ଏହି ଅବସରରେ ଜିଲ୍ଲାର ଏହି ୩୫ଟି ହାଇସ୍କୁଲକୁ ଲୋକାର୍ପିତ ହୋଇଛି । ଏହି ଅବସରରେ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ତାଳ ବରକୋଟ ପଞ୍ଚାୟତର ସିଆରିଆସ୍ଥିତ ଭଗବାନ ବିଦ୍ୟା ମନ୍ଦିର ପରିସରରେ ଲୋକାର୍ପଣ ଉତ୍ସବ ଆୟୋଜିତ ହୋଇଥିଲା । ଏହି ଲୋକାର୍ପଣ ଉତ୍ସବ ଅବସରରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ବିଧାୟକ ସୁଧୀର ସାମଲ, ହିନ୍ଦୋଳ ବିଧାୟିକା ସୀମାରଣୀ ନାୟକ, ପରଜଙ୍ଗ ବିଧାୟକ ଡଃ ନୃସିଂହ ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାପାଳ ସରୋଜ ସେଠି ଉତ୍ସବର ଅଧ୍ୟକ୍ଷତା କରିଥିଲେ ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details