Watch: କ୍ୟାଟ ୱାକ୍ କରି ଦର୍ଶକଙ୍କ ମନ କିଣିଲେ କିନ୍ନର - ବଲାଙ୍ଗୀରରେ ତାଳି କାର୍ଯ୍ୟକ୍ରମ
Published : Oct 12, 2023, 10:18 PM IST
ବଲାଙ୍ଗୀର:କିନ୍ନରଙ୍କ ପାଇଁ ଆୟୋଜିତ ହେଇଥିଲା ତାଲି କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ସାମିଲ ହେଲେ 25 ଜିଲ୍ଲାର କିନ୍ନର । ରାମ୍ପ ସୋରେ ଦେଖାଇଲେ କମାଲ । ତେବେ କିନ୍ନରଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ସହ ମର୍ଯ୍ୟାଦା ପ୍ରଦାନ କରିବା ପାଇଁ ଗତକାଲି(ବୁଧବାର) ତାଳି କାର୍ଯ୍ୟକ୍ରମର ଆୟୋଜିତ ହୋଇଥିଲା । ଯେଉଁଥିରେ ରାମ୍ପ୍ ଉପରେ କିନ୍ନରମାନେ କ୍ୟାଟ ୱାକ୍ କରି ତାଙ୍କର କମାଲ ଦେଖାଇ ଥିଲେ । ତେବେ ଓଡ଼ିଶା ଶଖାର ପ୍ରତିଷ୍ଠାତା ତଥା ଓଡ଼ିଶା ତୃତୀୟ ଲିଙ୍ଗ ମଙ୍ଗଳ ଟ୍ରଷ୍ଟର ଅଧ୍ୟକ୍ଷ ମୀରା ପରିଡ଼ା ସାମିଲ ହୋଇଥିଲେ।
କିନ୍ନର ମୀରା ପରିଡ଼ା କହିଛନ୍ତି, ‘‘ ଆମ ସମାଜରେ କିନ୍ନର ସହଜରେ ଗ୍ରହଣୀୟ ହୋଇ ପାରୁ ନାହାନ୍ତି । ତାଙ୍କର ମଧ୍ୟ ସମ୍ମାନର ସହ ବଞ୍ଚିବାର ଅଧିକାର ଥିବା ବେଳେ ତାହା ଅଧିକାରକୁ କ୍ଷୁର୍ଣ୍ଣ କରାଯାଉଛି । ହେଲେ ସରକାର ଏହା ପ୍ରତି ବଡ଼ ପଦକ୍ଷେପ ନେଇ ତାଙ୍କୁ ସ୍ବତନ୍ତ୍ର ଅଧିକାର ପ୍ରଦାନ କରିଛନ୍ତି । ଆଜି ବଲାଙ୍ଗୀର ଭଳି ଜିଲ୍ଲାରେ ସେମାନଙ୍କ ବିକାଶ ପାଇଁ ଏଭଳି ପଦକ୍ଷେପକୁ ମୁଁ ଅନ୍ତର ସହ ପ୍ରଶଂସା କରୁଛି ।’’
ସେପଟେ ଆୟୋଜକ ଜିତେନ୍ଦ୍ର କୁମାର ସ୍ୱାଇଁ କହିଛନ୍ତି, ‘‘କିନ୍ନରମାନେ ସବୁ ବେଳେ ଆମ ସମାଜରେ ଅଲୋଡା ହୋଇ ରହି ଆସୁଛନ୍ତି । ସେମାନେ ଅନ୍ୟମାନଙ୍କ ପାଇଁ ତାଳି ବଜାଇ ନିଜେ ଦୁଃଖ ଓ ଅର୍ଥିକ ଅନଟନ ମଧ୍ୟରେ ରହୁଛନ୍ତି । ତେବେ ତାଙ୍କର ମଧ୍ୟ ବିକାଶ ଜରୁରୀ । ତେଣୁ ତାଙ୍କ ପାଇଁ ଲୋକେ ତାଳି ବଜାଇବେ, ତାଙ୍କର ଅନ୍ତର୍ନିହିତ ଗୁଣର ବିକାଶ ସହ ତାଙ୍କର ପ୍ରତିଭା ଲୋକ ଦେଖିବେ ।
ଏହା ମଧ୍ୟ ପଢନ୍ତୁ...ପ୍ରଦୀପଙ୍କ କଣ୍ଠରେ ଚିର ସବୁଜ ଅକ୍ଷୟ ମହାନ୍ତିଙ୍କ ଗୀତ, ଗାଉଛନ୍ତି ତାଙ୍କ ପରି ଅବିକଳ ଗୀତ
ଇଟିଭି ଭାରତ, ବଲାଙ୍ଗୀର