ଧୁମଧାମରେ ପାଳନ ହେଲା ବଡ଼ଦିନ - Jharsuguda police
Published : Dec 25, 2023, 3:52 PM IST
|Updated : Dec 25, 2023, 4:07 PM IST
Christmas celebration: ଝାରସୁଗୁଡା:ଆଜି ଝାରସୁଗୁଡା ସହରାଞ୍ଚଳର ଚର୍ଚ୍ଚରେ ମଧ୍ୟ ରାତିରେ ପ୍ରଭୁ ଯୀଶୁଙ୍କ ଧରାବତଣ ଉତ୍ସବ ମହାଆଡମ୍ବରରେ ପାଳନ ହୋଇଛି ।ଏହି ଅବସରରେ ସହରାଞ୍ଚଳର ସମସ୍ତ ଚର୍ଚ୍ଚକୁ ରଙ୍ଗ ବେରଙ୍ଗର ଆଲୋକମାଳାରେ ସଜା ଯାଇଥିଲା । ଖ୍ରୀଷ୍ଟ ଧର୍ମବଲମ୍ବୀ ନୂତନ ପୋଷାକ ପରିଧାନ କରି ଯୀଶୁଖ୍ରୀଷ୍ଟଙ୍କ ଧରାବତରଣ ପୂର୍ବରୁ ପ୍ରଭୁଙ୍କ ପ୍ରାର୍ଥନା, ଉପାସନା ସହ ଭକ୍ତିପୂର୍ଣ୍ଣ ଗୀତ ଗାଇ ଯୀଶୁଙ୍କ ଆଗମନକୁ ଆନନ୍ଦ ଉଲ୍ଲାସରେ ପାଳନ କରିଛନ୍ତି । ଖ୍ରୀଷ୍ଟିୟାନ ଭାଇ ଭଉଣୀମାନେ ମଧ୍ୟରାତ୍ରରେ ପ୍ରଭୁ ଯୀଶୁଙ୍କ ଧରାବତରଣ ସମୟ ପୂର୍ବରୁ ଚର୍ଚ୍ଚ ଗୁଡ଼ିକରେ ପହଞ୍ଚି ପ୍ରାର୍ଥନା କରିଛନ୍ତି ।ତେବେ ଝାରସୁଗୁଡ଼ା ସହରର କକ୍ସ କୋଲୋନୀର ବିଭିନ୍ନ ଚର୍ଚ୍ଚମାନଙ୍କରେ ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀ ଭାଇଭଉଣୀ ମାନେ ବଡ଼ ଧୁମଧାମରେ ବଡ଼ ଦିନ ପାଳନ କରିଛନ୍ତି । ପୋୖରାଞ୍ଚଳର ବିଭିନ୍ନ ଚର୍ଚ୍ଚରେ ଭିଡ଼କୁ ଆଖି ଆଗରେ ରଖି ଝାରସୁଗୁଡା ଜିଲ୍ଲା ପୋଲିସ ପକ୍ଷରୁ ଏକ ସ୍ଵତନ୍ତ୍ର ଟିମ ଗଠନ କରାଯାଇଛି । ଏହାସହ ବିଭିନ୍ନ ଚର୍ଚ୍ଚଗୁଡିକରେ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ଝାରସୁଗୁଡ଼ା ଏସ.ପି. ସୂଚନା ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ.....ଧରାବତରଣ କଲେ ଯିଶୁଖ୍ରୀଷ୍ଟ, ଚଳଚଞ୍ଚଳ ରାଜଧାନୀର ବିଭିନ୍ନ ଚର୍ଚ୍ଚ