ଓଡିଶା

odisha

chief justice of india D Y Chandrachuda

ETV Bharat / videos

ଦୁଇ ଦିନିଆ ଓଡିଶା ଗସ୍ତରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି - ପେପର ଲେସ କୋର୍ଟ ସମ୍ମିଳନୀ

By

Published : May 5, 2023, 3:49 PM IST

ଭୁବନେଶ୍ବର:ଦୁଇ ଦିନିଆ ଓଡ଼ିଶା ଗସ୍ତରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡି. ୱାଇ ଚନ୍ଦ୍ରଚୂଡ। ଆସନ୍ତାକାଲି ଶନିବାର କଟକ ଜୁଡିସିଆଲ ଏକାଡେମୀରେ ହେବାକୁ ଥିବା ନାସନାଲ କନଫରେନ୍ସ ଅନ ଡିଜିଟାଲାଜାଇସେନ ପେପର ଲେସ କୋର୍ଟ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ସମ୍ମିଳନୀରେ ଦେଶର ବିଭିନ୍ନ ହାଇକୋର୍ଟ ର ବିଚାରପତିମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ତେବେ ଆଜି ଜଷ୍ଟିସ ଡି. ୱାଇ ଚନ୍ଦ୍ରଚୂଡ ଓଡ଼ିଶାରେ ପହଞ୍ଚିଛନ୍ତି । ତାଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ସ୍ୱାଗତ କରାଯାଇଛି । 

ଏହା ମଧ୍ୟ ପଢନ୍ତୁ- Manipur violence: ବିଜେପି ବିଧାୟକଙ୍କୁ ପିଟିଲେ ବିକ୍ଷୋଭକାରୀ, ମଣିପୁରରେ ୩୫୫ ଧାରା ଜାରି

ପ୍ରକାଶ ଥାଉକି,ତିନି ଦିନିଆ ମୟୂରଭଞ୍ଜ ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତର ଆଜି ଦ୍ବିତୀୟ ଦିନ । ଆଜି ମହାମହିମ ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ କରିବେ । ଏହାପୂର୍ବରୁ ସକାଳୁ ସେ କାରକେଡରେ ରାଇରଙ୍ଗପୁର ସ୍ଥିତ ପୂର୍ଣ୍ଣେଶ୍ବର ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି । ରାଜ୍ୟପାଳ ଥିବା ସମୟରେ ଦ୍ରୌପଦୀ ମୁର୍ମୁ ପ୍ରାୟତଃ ଏହି ମହାଦେବ ମନ୍ଦିରରେ ପୂଜାର୍ଚ୍ଚନା କରୁଥିଲେ । ରାଷ୍ଟ୍ରପତି ଭାବେ ନାମ ଘୋଷଣା ହେବା ପରେ ମଧ୍ୟ ମନ୍ଦିରକୁ ଆସି ଝାଡୁ ମାରିଥିଲେ । ବର୍ତ୍ତମାନ ନିଜ ଜନ୍ମମାଟିକୁ ଆସିଥିବାବେଳେ ପୁଣିଥରେ ସେ ମହାଦେବଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

...view details