ଓଡିଶା

odisha

ତିନି ରଥରେ ଚାଲିଛି ତାଗ ବାଡିଆ କାର୍ଯ୍ୟ

ETV Bharat / videos

Ratha Khala Halchal: ତିନି ରଥରେ ଚାଲିଛି ତାଗ ବାଡିଆ କାର୍ଯ୍ୟ

By

Published : Jun 9, 2023, 4:52 PM IST

ପୁରୀ: ପାଖେଇ ଆସିଲାଣି ଶ୍ରୀଜୀଉଙ୍କ ଘୋଷଯାତ୍ରା । ଭାଇ ଭଉଣୀଙ୍କୁ ନେଇ ମାଉସୀ ଘରକୁ ଯିବେ ଦାରୁବ୍ରହ୍ମ । ବଡଦାଣ୍ଡରେ ହେବ ଭକ୍ତ ଭଗବାନଙ୍କ ମିଳନ । ଏଥିପାଇଁ ଶେଷ ପର୍ଯ୍ୟାୟରେ ରଥନିର୍ମାଣ । ରଥ ନିର୍ମାଣ 46 ଦିନରେ ପହଞ୍ଚିଥିବା ବେଳେ, ତିନି ରଥର ଚାରିନାହାକା ଉଭୟ ପାର୍ଶ୍ବରେ ମୂଳ କଇଁଚି ବାଡିଆ ସହ ତିନି ରଥରେ ଏକ ନମ୍ବର ପୋଟଳ ବା ‘ବଡ଼ଥଳ' ପୋଟକ ଉଠି ସେଟିଂ ହୋଇଛି । 

ଏଥିସହ ତିନିରଥର ସମ୍ମୁଖ ବ୍ରେକ ଚକର ସୁରକ୍ଷା ନିମନ୍ତେ ଉଭୟ ପଟରେ ଚାରିଟି ଲେଖାଁଏ ଲୁହା ପ୍ଲେଟ ଫିଟିଂ ହୋଇସାରିଛି । ତିନିରଥର ସମ୍ମୁଖ  ଭାଗକୁ ଛାଡି ତିନି ପାର୍ଶ୍ବରେ ତାଗ ବାଡ଼ିଆ କାର୍ଯ୍ୟ ଶେଷ ହୋଇଛି । ରଥର ବେଦି ନିର୍ମାଣ ପାଇଁ ପଟା ବାଡ଼ିଆ ପୂର୍ବରୁ ଛନ୍ଦା ଗୟଳ ପାର୍ଶ୍ବ ବର୍ତ୍ତି ଖାଲି ସ୍ଥାନ ଗୁଡିକରେ ବଟନ ବାଡ଼ିଆ କାର୍ଯ୍ୟ ହୋଇଛି । ତିନିରଥର ପ୍ରଥମ ଭୂଇଁର ଉଭୟ ପଟରେ କଇଁଚି ପଡ଼ିଛି । ଦ୍ବିତୀୟ ଭୁଇଁରେ ଅନ୍ଧାରି ତାଗ ଏବଂ ଅଗ ଭୁଇଁରେ କଇଁଛି, ଅନ୍ଧାରି ତାଗ ବାଡ଼ିଆ ପରେ ତିନିରଥରେ ସମସ୍ତ ପୋଟଳ, ପାରା ଭାଡି ଏବଂ ଖପୁରୀ ସଂଯୋଗ ହେବ । ତିନିରଥର ୪ ଟି କେଖାଏ ଦୁଆର ବେଢାରୁ ଆଜି ତିନିରଥର ଦୁଇଟି ଲେଖାଁଏ ଦୁଆର ବେଢାରେ ଗାରେଡି ସହ ମଗର ମୁଖ ପଟା ସଂଯୋଗ ହୋଇ ନିର୍ମାଣ ଶେଷ ହୋଇଛି ।

ତିନିରଥର କଳଶ ପାଖୁଡ଼ାରେ ଆଲୁମିନିୟମ ଚଦର ଫିଟିଙ୍ଗ ଶେଷ ପରେ ସେଥିରେ ପଦ୍ମ ପାଖୁଡା ରଙ୍ଗ କାର୍ଯ୍ୟା ପାଇଁ ଚିତ୍ରକାରଙ୍କୁ ଦିଆଯାଇ ଅଛି । ଚିତ୍ରକାର ସେବାକାରୀ ମାନେ ତିନି ରଥର ବାହ୍ୟ ଅଂଶରେ ରଙ୍ଗ କାର୍ଯ୍ୟ କରିବାସହ ରଥ ପାର୍ଶ୍ବ ଦେବ ଦେବୀ, ସଖୀ, ଓଲଟ ଶୁଆ, ଇତ୍ୟାଦିରେ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି । ରୂପକାର ସେବକ ମାନଙ୍କ ତିନିରଥର ନାଟ ଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ନନ୍ଦିଘୋଷ ରଥର ତିନି ପାର୍ଶ୍ବରେ ତାଗ ବାଡ଼ିଆପରେ ପଛ ପାର୍ଶ୍ବରେ ପଟା ବାଡ଼ିଆ କାର୍ଯ୍ୟ ଆରମ୍ଭ ହୋଇଅଛି। ଦୋଳବେଦୀ କମାର ଶାଳରେ ଓଝା ସେବକ ମାନେ ସ୍ପୋକ କ୍ଲାମ୍ପ, ଏକ୍ସିଲ କ୍ଲାମ୍ପ, ଏଲ କ୍ଲାମ୍ପ, ଇଉ କ୍ଲାମ୍ପ ସହ ପୋଟଳ କଣ୍ଟା ନିର୍ମାଣ କରୁଛନ୍ତି।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details