ଓଡିଶା

odisha

Watch: ଚେକିଂ ବେଳେ କନଷ୍ଟେବଳଙ୍କ ଉପରକୁ ମାଡ଼ିଗଲା କାର୍

By ETV Bharat Odisha Team

Published : Oct 27, 2023, 4:17 PM IST

କନଷ୍ଟେବଳଙ୍କ ଉପରକୁ ମାଡ଼ିଗଲା କାର୍

ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀରେ କାର୍ଯ୍ୟରତ କନଷ୍ଟେବଳଙ୍କ ଉପରକୁ ମାଡି଼ଗଲା କାର୍ । ବିଳମ୍ବିତ ରାତିରେ ଚେକିଂ ଚାଲିଥିବାବେଳେ ଏଭଳି ଘଟଣା ଘଟିଛି । ଅମାନିଆଙ୍କ ଦ୍ରୁତ ଗାଡି ଚାଳନା ଯୋଗୁ ଅନେକ ଲୋକଙ୍କ ଜୀବନ ଯାଉଛି । ଗୋଟିଏ  ପଟେ ଟ୍ରାଫିକ ପୋଲିସ ପକ୍ଷରୁ ବିଭିନ୍ନ ଅଭିଯାନ କରାଯାଇ ସଚେତନତା କରାଯାଉଥିଲେ ବି ଫଳ ଶୂନ । ଏପରିକି ଦ୍ରୁତ ଗାଡ଼ି ଚାଳନା କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଉଛି ପୋଲିସ । ତଥାପି ଦୁର୍ଘଟଣାରେ ରୋକ୍ ଲାଗୁନି । ଏହାରି ଭିତରେ ରାଜଧାନୀ ଦିଲ୍ଲୀରେ ଅମାନିଆଙ୍କ ବେପରୁଆ ଗାଡ଼ି ଚାଳନା ସୀମା ପାର୍ କରିଛି । ଦୁର୍ଘଟଣାର ଶିକାର ହୋଇଛନ୍ତି ଖୋଦ ପୋଲିସ କନଷ୍ଟେବଳ ।

ଏହା ବି ପଢନ୍ତୁ...ଦୁଆରଶୁଣୀ ଘାଟିରେ ଜଗି ବସିଥିଲା ଯମ ! ପୂଜା ସାରି ଫେରିବାବେଳେ ଦୁର୍ଘଟଣାରେ ୨ ମୃତ

ସୂଚନା ମୁତାବକ, ଦୁର୍ଘଟଣାର ଶିକାର ହୋଇଥିବା କନଷ୍ଟେବଳ ଜଣକ କନ୍ନାଟ ପ୍ଲେସ ଥାନାରେ କାର୍ଯ୍ୟରତ ବୋଲି ଜଣାପଡିଛି । ଏହି ଘଟଣାଟି ଗତ ୨୪ ଅକ୍ଟୋବର ବିଳମ୍ବିତ ରାତିରେ ଘଟିଥିବାବାଳେ ଏହାର ସିସିଟିଭି ଫୁଟେଜ ଏବେ ସାମନାକୁ ଆସିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, କନଷ୍ଟେବଳ ଜଣକ ଚେକିଂ କରୁଥିଲେ । ଉପସ୍ଥିତ ଥିବା ସମସ୍ତ ପୋଲିସ ଷ୍ଟାଫ୍ ଗାଡି ରୋକିବାକୁ ଚେଷ୍ଟା କରିଥିବାବେଳେ ଗାଡିଟି ହଠାତ୍ କନଷ୍ଟେବଳଙ୍କ ଉପରକୁ ମାଡ଼ି ଯାଇଥିଲା । ଫଳରେ ସେ ଘଟଣାସ୍ଥଳରେ ଗୁରୁତର ହୋଇଥିବାବେଳେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ସୌଭାଗ୍ୟବଶତଃ ତାଙ୍କ ଜୀବନ ବଞ୍ଚିଯାଇଛି । 

ABOUT THE AUTHOR

...view details