ଓଡିଶା

odisha

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଘରୋଇ ବସ, ହୃଦଘାତରେ ଡ୍ରାଇଭର ମୃତ୍ୟୁ!

By ETV Bharat Odisha Team

Published : Oct 28, 2023, 1:08 PM IST

ETV Bharat / videos

Watch: ଦୁର୍ଘଟଣାରୁ ବର୍ତ୍ତିଲା ଘରୋଇ ବସ, ହୃଦଘାତରେ ଡ୍ରାଇଭର ମୃତ୍ୟୁ !

ଫୁଲବାଣୀ:କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼ ଠାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି । ବସରେ 50ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ଭୁବନେଶ୍ବର ଯାଉଥିବା ବେଳେ ହଠାତ ଜି. ଉଦୟଗିରିଠାରେ ବସ ଡ୍ରାଇଭର ଜଣକ ହୃଦଘାତର ଶିକାର ହୋଇଥିଲେ ମୃତ୍ୟୁ ହୋଇଥିବା ସୂଚନା ରହିଛି ।

ଏହାମଧ୍ୟ ପଢନ୍ତୁ..ବସ୍‌-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା: ଗର୍ଭବତୀଙ୍କ ସମେତ 10ରୁ ଊର୍ଦ୍ଧ୍ବ ଯାତ୍ରୀ ଗୁରୁତର

ସୂଚନା ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ 9 ଟା ସୁଦ୍ଧା ଭୁବନେଶ୍ଵର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ମା’ ଲକ୍ଷ୍ମୀ ନାମକ ଘରୋଇ ଯାତ୍ରୀବାହୀ ବସ । ତେବେ ପାବୁରିଆ ଠାରୁ ଜି. ଉଦୟଗିରି ରାସ୍ତାର ମାତ୍ର ୩ କିଲୋମିଟର ପରେ ସାର୍ତ୍ତା ପାଙ୍ଗା ଗ୍ରାମ ନିକଟରେ ଭାରସାମ୍ୟ ହରାଇ ବସଟି ରାସ୍ତାକଡ ନାଳରେ ଫସି ଅଟକି ଯାଇଥିଲା । ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଘଟଣା ସ୍ଥଳରେ ହିଁ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ 108 ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭରଙ୍କୁ ଟିକାବାଲି ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମୃତକ ସନା ପ୍ରଧାନ(52) ହୋଇଥିବା ସୂଚନା ।

ଇଟିଭି ଭାରତ, ଫୁଲବାଣୀ

ABOUT THE AUTHOR

...view details