International Yoga Day: ସମୁଦ୍ରକୂଳରେ BSF ଯବାନଙ୍କ ଯୋଗାସନ - ଅନ୍ତର୍ଜାତୀୟ ଯୋଗ ଦିବସ
ପୁରୀ: ଆଜି ସାରା ବିଶ୍ବ ପାଳୁଛି ଅନ୍ତର୍ଜାତୀୟ ଯୋଗ ଦିବସ । ଶରୀରକୁ ସୁସ୍ଥ ରଖିବାର ମାଧ୍ୟମ ହେଉଛି ଯୋଗ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଚ୍ରପତି ଭବନରେ ଯୋଗ ପାଳିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାରୁ ସାରା ବିଶ୍ବକୁ ଯୋଗ ଦିବସର ବାର୍ତ୍ତା ଦେଉଛନ୍ତି । ସୀମା ସୁରକ୍ଷା ବାହିନୀ ମଧ୍ୟ ପାଳନ କରିଛି ଯୋଗ ଦିବସ । ଏହି କ୍ରମରେ ଭୁବନେଶ୍ବର ବର୍ଡର ସିକ୍ୟୁରିଟି ଫୋର୍ସ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି । ପୁରୀ ସ୍ଥିତ ବ୍ଲୁ ଫ୍ଲାଗ୍ ଗୋଲଡେନ ବିଚରେ ନବମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି । ଏହି ଅବସରରେ ବିଏସଏଫ ଆଇଜି ଧନେଶ୍ବର କୁମାର ଶର୍ମା ଅନ୍ୟ ଅଫିସର ଏବଂ ଟ୍ରୁପମାନଙ୍କ ସହିତ ଯୋଗାଭ୍ୟାସରେ ସାମିଲ ହୋଇଥିଲେ । ବିଏସଏଫ ଆଇଜି ଯୋଗର ମହାନତା ସମ୍ପର୍କରେ ଆଲୋକପାତ କରିଥିଲେ । ପୁରୀ ବ୍ଲୁ ଫ୍ଲାଗ୍ ବିଚ୍ରେ ଯୋଗାଭ୍ୟାସ ସମୟରେ BSFର ଅଫିସର ଓ କର୍ମଚାରୀ ଯୋଗ ଦେଇ ସାରା ବିଶ୍ବକୁ ଶାନ୍ତିର ବାର୍ତ୍ତା ଦେଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର