ଶ୍ରାବଣ ସୋମବାର: ଧବଳେଶ୍ବରଙ୍କ ପୀଠରେ ଜଳଲାଗି କଲେ ହଜାର ହଜାର କାଉଡ଼ିଆ
କଟକ: ଆଜି ଥିଲା ଚଳିତ ବର୍ଷ ଶ୍ରାବଣ ମାସର ପ୍ରଥମ ସୋମବାର । ଏହି ପବିତ୍ର ଦିନରେ କଟକର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କ ପୀଠରେ ହଜାର ହଜାର କାଉଡ଼ିଆ ଆଜି ଜଳଲାଗି କରିଥିଲେ । ରବିବାର ରାତିଠାରୁ ବାବା ଧବଳେଶ୍ବର ପୀଠରେ କାଉଡ଼ିଆଙ୍କ ଲମ୍ବା ଲାଇନ୍ ଲାଗିଥିଲା । ବିଭିନ୍ନ ସ୍ଥାନରୁ କାଉଡ଼ିଆ ଭକ୍ତମାନେ ଆସି ଦେବ ଦେବ ମହାଦେବଙ୍କ ଠାରେ ଜଳଲାଗି କରିଥିଲେ । ଶ୍ରାବଣ ମାସ ସୋମବାରରେ ବାବାଙ୍କ ନିକଟରେ ଜଳଲାଗି କଲେ ମନସ୍କାମନା ପୂରଣ ହୁଏ ବୋଲି ବିଶ୍ବାସ ରହିଛି । ଝୁଲା ପୋଲ ପରିବର୍ତ୍ତେ ନୂଆ ପୋଲରେ କାଉଡ଼ିଆ ମାନେ ବାବାଙ୍କ ପୀଠରେ ପହଞ୍ଚି ଜଳଲାଗି କରିଥିଲେ । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଥିଲା । ଏହି ବ୍ୟାରିକେଡ୍ ଦେଇ କାଉଡ଼ିଆମାନେ ବାବାଙ୍କ ନିକଟରେ ଜଳଲାଗି କରିଥିଲେ । ସେହିପରି ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ଆୟୋଜନ କରାଯାଇଥିଲା ।
ଇଟିଭି ଭାରତ, କଟକ