ଓଡିଶା

odisha

Rajasthan Election Result

ETV Bharat / videos

ରାଜସ୍ଥାନରେ ଆଗରେ ବିଜେପି, ବାଜା ବଜାଇ ନାଚିଲେ କର୍ମୀ

By ETV Bharat Odisha Team

Published : Dec 3, 2023, 11:40 AM IST

ଜୟପୁର: ରାଜସ୍ଥାନରେ ସତ ହେବ କି ଏକଜିଟ ପୋଲ । ଭୋଟ ଗଣତିରେ କଂଗ୍ରେସକୁ ପଛରେ ପକାଇ ଆଗେଇ ଚାଲିଛି ବିଜେପି । ଗଣତି ଜାରି ରହିଥିବା ବେଳେ ବିଜେପି 100ଟି ଆସନରେ ଆଗୁଆ ରହିଛି । ଯାହାକୁ ନେଇ ବିଜେପି କର୍ମୀଙ୍କ ମାହୋଲରେ ଖୁସିର ଲହରି ଖେଳିଯାଇଛି । କ୍ରମାଗତ ଭାବେ ଲିଡ କରୁଥିବାରୁ ଜୟପୁର ବିଜେପି ପାର୍ଟି ଅଫିସରେ ବିଜେପି କର୍ମୀ ମାନେ ଡ୍ରମ ବଜାଇ ଡ୍ୟାନ୍ସ କରିଛନ୍ତି। ଖୁସିରେ ନାଚି ଉଠିଛନ୍ତି ବିଜେପି କର୍ମୀ । ସେହିପରି କଂଗ୍ରେସ 78 ଆସନରେ ଆଗୁଆ ରହିଥିବା ବେଳେ ସ୍ବାଧିନପ୍ରାର୍ଥୀ  8ଟି, ବିଏସପି 3ଟି ସିଟରେ ଲିଡ କରୁଥିବା ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଫଳାଫଳ ଆସିବା ପୂର୍ବରୁ ଏବେ ଠାରୁ ଆରମ୍ଭ ହୋଇଯାଇଛି ବିଜେପିର ସେଲିବ୍ରେସନ । ସକାଳ 8ଟାରୁ ଆରମ୍ଭ ହୋଇଛି ଭୋଟଗଣତି । 

ଏହା ମଧ୍ୟ ପଢନ୍ତୁ- ରାଜସ୍ଥାନରେ ଲିଡ କରୁଛି ବିଜେପି, ପଛରେ ପଡିଲା କଂଗ୍ରେସ

ABOUT THE AUTHOR

...view details