ଓଡିଶା

odisha

OPGCର ପାଉଁଶ ପୋଖରୀରେ ଘାଇ, ବର୍ଷିଲେ ସାଂସଦ ପୂଜାରୀ

By ETV Bharat Odisha Team

Published : Dec 10, 2023, 10:14 PM IST

Updated : Dec 10, 2023, 10:35 PM IST

OPGCର ପାଉଁଶ ପୋଖରୀରେ ଘାଇ

ଝାରସୁଗୁଡା: OPGCର ପାଉଁଶ ପୋଖରୀରେ ଘାଇ । ଚାଷ ଜମିରେ ପାଉଁଶ ପାଣି ପଶି ବ୍ୟାପକ କ୍ଷତି ହୋଇଥିବା ଆଶଙ୍କା କରାଯାଉଥିବା ବେଳେ ଏନେଇ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ସାମ୍ବାଦିକ ସମ୍ମିଳନୀରେ ତଦନ୍ତ ଦାବି କଲେ ବରଗଡ ସାଂସଦ ସୁରେଶ ପୂଜାରୀ । 

ଗତକାଲି(ଶନିବାର) ଝାରସୁଗୁଡା ଜିଲ୍ଲା ଇବ ଥର୍ମାଲ ବନହରପାଲି ସ୍ଥିତ OPGC କମ୍ପାନୀର ଆସପଣ୍ଡ ଭାଙ୍ଗି ଯାଇଥିଲା । ଯାହାକୁ ନେଇ ଆଜି ସାଂସଦ ସୁରେଶ ପୂଜାରୀ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ଘଟଣାର ବିଚାର ବିଭାଗୀୟ ବିଚାରପତିଙ୍କ ଦ୍ଵାରା ତଦନ୍ତ କରିବାକୁ ଦାବି କରିବା ସହ ପ୍ରକୃତ କାରଣ କଣ ରହିଛି ତାହା ଲୋକ ଲୋଚନକୁ ଆସିବା ଉଚିତ ବୋଲି କହିଛନ୍ତି ସାଂସଦ ପୂଜାରୀ । ଆସପଣ୍ଡ ନିମ୍ନ ମାନର କାମ ହୋଇଥିବା ଓ ଠିକାଦାର ପ୍ରୀତି ଯୋଗୁ ଏପରି ଘଟଣା ହୋଇଥିବା କୁହାଯାଇଛି । ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟନୁଷ୍ଠାନର ଦାବି କରିଛନ୍ତି ସାଂସଦ ।

ଏହା ମଧ୍ୟ ପଢ଼ନ୍ତୁ....ଆଇଟି ରେଡ; ବିଜେଡ଼ି ନେତା ଏବଂ ରାଜ୍ୟ ସରକାରଙ୍କ ସଂପୃକ୍ତି ଅଭିଯୋଗ ଆଣିଲା ବିଜେପି

ତେବେ ଗତ କାଲି ସକାଳୁ ୟୁନିଟ 1 ଏବଂ 2ର 3 ନମ୍ୱର ପାଉଁଶ ପୋଖରୀରେ ୫୦ ଫୁଟରୁ ଊର୍ଦ୍ଧ୍ବ ଘାଇ ହୋଇଥିଲା । ଫଳରେ କୁମ୍ଭାରବନ୍ଧ ପଞ୍ଚାୟତର କଁଟାଟିକ୍ରା, ସରଧାପାଲି ଏବଂ ରେଙ୍ଗାଲି ଗ୍ରାମର ଶତାଧିକ ଚାଷ ଜମିରେ ପାଉଁଶ ପାଣି ମାଡି ଯାଇଛି  l ତା’ ସହ ଗ୍ରାମ ପାଖକୁ ପହଞ୍ଚି ଯାଇଥିବାରୁ ଗ୍ରାମବାସୀମାନେ ଭୟଭିତ ହେବାସହ ସ୍ଥାୟୀ ପ୍ରତିକାର ଦାବି କରିଛନ୍ତି  l ଗତକାଲି ସାଂସଦ ସୁରେଶ ପୂଜାରୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ ।

ଇଟିଭି ଭାରତ,ଝାରସୁଗୁଡା

Last Updated : Dec 10, 2023, 10:35 PM IST

ABOUT THE AUTHOR

...view details