ଓଡିଶା

odisha

ଦୁର୍ନୀତି ବିରୋଧରେ ବିଜେପିର ରଣ ହୁଙ୍କାର, ସରକାରଙ୍କ ଉପରେ ବର୍ଷିଲେ କୁସୁମ ଟେଟେ

By ETV Bharat Odisha Team

Published : Nov 17, 2023, 6:35 AM IST

ଦୁର୍ନୀତି ବିରୋଧରେ ବିଜେପିର ରଣ ହୁଙ୍କାର, ସରକାରଙ୍କ ଉପରେ ବର୍ଷିଲେ କୁସୁମ ଟେଟେ

ରାଉରକେଲା:ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧରେ ଆଗକୁ ଆସିଛ ବିଜେପି ଦଳ । ରାଜ୍ୟ ସରକାର ନିଜ ଶାସନ ମଧ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ଆଣି ବ୍ଲକ ଘେରାଉ କରିଛି ବିଜେପି । ବର୍ତ୍ତମାନ ରାଜ୍ୟର ସମସ୍ତ ବ୍ଲକ ଏବଂ ମ୍ୟୁନିସିପାଳିଟି ଅଫିସରେ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଛି ଦଳ ।ସେହିଭଳି ଆଜି ସରକାରଙ୍କ ଦୁର୍ନୀତି ବିରୋଧରେ ଗର୍ଜିଛି ସୁନ୍ଦରଗଡ଼ ଜିଲ୍ଲା ବିଜେପି । 

ଆଜି ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରେ ବିଜେପି ପକ୍ଷରୁ ଘେରାଉ କରାଯାଇଛି । ଜିଲ୍ଲାରେ ସୁନ୍ଦରଗଡ଼ ସଦର, ବଡ଼ଗାଁ, ଲହୁଣୀପଡ଼ା, ଲାଠିକଟାରେ ବିଜେପି ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯାଇଛି । ରାଜ୍ୟରେ ହେଉଥିବା ଦୁର୍ନୀତି ଯେଭଳି ଭାବରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସହ ବିଜୁ ପକ୍କା ଘର ଯୋଜନା ସହ ସ୍ୱାସ୍ଥ୍ୟ, ଶିକ୍ଷା ଉନ୍ନତି ପାଇଁ ହେଉଥିବା ଯୋଜନାରେ ବ୍ୟାପକ ଦୁର୍ନୀତି ରାଜ୍ୟର ବିଜେଡି ସରକାର କରୁଛି ବୋଲି ଅଭିଯୋଗ କରିଛି ଦଳ ।
ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟର ଚାଷୀଙ୍କ ସମସ୍ୟା ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେପି

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details