ଇତିହାସ ରଚିଲା ଇସ୍ରୋ, ବେଲୁନ ଉଡ଼େଇ ଉତ୍ସବ ପାଳିଲେ ସ୍କୁଲ ଛାତ୍ରଛାତ୍ରୀ
ଭୁବନେଶ୍ବର:ଇତିହାସ ରଚିଲା ଇସ୍ରୋ । ଚନ୍ଦ୍ରକୁ ଗଲା ଚନ୍ଦ୍ରଯାନ-3 । ଗତକାଲି ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାରେ ଉତକ୍ଷେପଣ ହେଲା ଚନ୍ଦ୍ରଯାନ-3 । ଇସ୍ରୋ ବୈଜ୍ଞାନିକଙ୍କ ଏହି ସଫଳତାକୁ ନେଇ ସାରା ଦେଶ ଉତ୍ସବ ମୁଖର । ଆଉ ଭାରତର ଏହି ଐତିହାସିକ ମୁହୂର୍ତ୍ତକୁ ନେଇ ସବୁଠି ଉତ୍ସବର ମାହୋଲ ଥିବା ବେଳେ ଭୁବନେଶ୍ୱର ବିଜେଇଏମ ସ୍କୁଲର ଛାତ୍ରଛାତ୍ରୀ ଚନ୍ଦ୍ରଯାନ ଉତକ୍ଷେପଣର ଉତ୍ସବ ମନାଇଛନ୍ତି । ଗୀତ ଗାଇ ନାଚିବା ସହ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଜହ୍ନ ସହିତ ମଣିଷର ଆବେଗିକ ସମ୍ପର୍କ କଥା ବି କହିଲେ । ଜହ୍ନରେ ଜଳ, ଜହ୍ନ ରାଇଜରେ ଘର, ଗଛ, ମାଟି, ପାଣି ଓ ପବନ ପାଇଁ ଚାଲିଛି ପ୍ରୟାସ । ଆଉ ଏଥିରେ ଭାରତ ଇତିହାସ ରଚିବାକୁ ଯାଉଥିବା ବେଳେ ପିଲାମାନେ ଶୁଭେଚ୍ଛା ଜଣାଇଛନ୍ତି । ବେଲୁନ ଉଡାଇ ବୈଜ୍ଞାନିକ ମାନଙ୍କର ଉତ୍ସାହକୁ ଦ୍ବିଗୁଣିତ କରିଛନ୍ତି । ଅନ୍ୟପଟେ ଚନ୍ଦ୍ରଯାନ-3କୁ ନେଇ ସାରା ଦେଶରେ ଉତ୍ସାହର ମାହୋଲ । ଇସ୍ରୋର ସଫଳତାକୁ ନେଇ ଚାରିଆଡେ ସେଲିବ୍ରେସନ କରାଯାଉଛି । କେଉଁଠି ମିଠା ବଣ୍ଟା ଯାଉଛି ତ କେଉଁଠି ଦୀପ ଦାନ କରାଯାଉଛି । ଏଥିରୁ ବାଦ ପଡି ନାହାନ୍ତି ସ୍କୁଲ ଛାତ୍ରଛାତ୍ରୀ ।
ଏହାମଧ୍ୟ ପଢନ୍ତୁ : Chandrayaan-3: ମହାକାଶକୁ ଗଲା ବାହୁବଳୀ ରକେଟ, ଖୁସିରେ ଗଦ ଗଦ ଇସ୍ରୋ ବୈଜ୍ଞାନିକ
ଇଟିଭି ଭାରତ, ଭୁବନେଶ୍ବର