ଓଡିଶା

odisha

ETV Bharat / videos

Dakota Aircraft: ଯାଜପୁରରେ ପ୍ରବେଶ କଲା ଡକୋଟା ବିମାନ

By

Published : Jan 18, 2023, 5:44 PM IST

Updated : Feb 3, 2023, 8:39 PM IST

ଯାଜପୁର: ଫେରିଲା ବିଜୁ ପଟ୍ଟନାୟକଙ୍କ ସ୍ମୃତି ଡାକୋଟା ବିମାନ । ଯାଜପୁରରେ ପ୍ରବେଶ କରିଛି ଡାକୋଟା ଭିଟି-ଏୟୁଆଇ ବିମାନ ।  ଭଦ୍ରକ ଆଖୁଆପଦା ଅତିକ୍ରମ କରି ଷଠିପୁର ଦେଇ ପାଣିକୋଇଲି ଛକରେ ପହଞ୍ଚିଛି ଡକୋଟା ବିମାନ । ଏହି ବିମାନ ଦେଖିବା ପାଇଁ ଜିଲ୍ଲାରେ ଉତ୍ସାହ ଦେଖିବାକୁ ମିଳିଛି l ଏଥିସହ  ପାଣିକୋଇଲିରେ ଏହି ବିମାନ ପହଁଚିଲା ପରେ ବିଭିନ୍ନ ମହଲରୁ ଏହାକୁ ସ୍ୱାଗତ କରାଯାଇଛି l  

ତେବେ ଏହି ଡକୋଟା ବିମାନକୁ ଆଖୁଆପଦା ଅଞ୍ଚଳରୁ ଯାଜପୁର ଏସପି ଭିନିତ ଅଗ୍ରୱାଲଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ବିଭାଗ ପକ୍ଷରୁ ସୁରକ୍ଷା ଦେଇ ପାଣିକୋଇଲିରେ ପହଞ୍ଚାଇଛନ୍ତି l ଏହାପରେ ଏହି ବିମାନ କୁଆଖିଆ, ଧର୍ମଶାଳା, ଜାରକା, ଚଣ୍ଡିଖୋଲ, ଛତିଆ ଦେଇ ପ୍ରଥମେ କଟକ ଜିଲ୍ଲା ଓ ଏହା ପରେ ଭୁବନେଶ୍ୱରରେ ପହଞ୍ଚିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି l ତେବେ ଏହି ଡକୋଟା ବିମାନ ପାଣିକୋଇଲିରେ ପହଞ୍ଚିଲା ପରେ ବିମାନ ଦେଖିବାକୁ ଛାତ୍ରଛାତ୍ରୀ, ମହିଳା, ଯୁବଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି l  

ସେହିପରି ଅନ୍ୟପଟେ  ବିମାନ ଯାତ୍ରାକୁ ନେଇ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ଯେ, ଏହି ବିମାନ ହେଉଛି ଓଡିଶାର ଅସ୍ମିତାର ପ୍ରତୀକ । ସଂଗ୍ରାମୀ ପୁରୁଷ ବିଜୁ ବାବୁଙ୍କ ବୀରତ୍ବର ଗାଥା ଗାଉଛି ଡାକୋଟା। ସେହିପରି ଡାକୋଟାକୁ କଲିକତାରୁ ଓଡିଶାକୁ ଆଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁବାବୁଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜଣାଇଛନ୍ତି ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ। ଏବେ ଏହାକୁ ଦେଖିବା ପାଇଁ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ।  

ଇଟିଭି ଭାରତ, ଯାଜପୁର 

Last Updated : Feb 3, 2023, 8:39 PM IST

ABOUT THE AUTHOR

...view details