ଓଡିଶା

odisha

RathaKhala Halchal

ETV Bharat / videos

RathaKhala Halchal: ତିନି ରଥର ଆରମ୍ଭ ହେଲା ବେଦୀ ନିର୍ମାଣ କାର୍ଯ୍ୟ - ପୁରୀ ଖବର

By

Published : Jun 11, 2023, 3:20 PM IST

ପୁରୀ:ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ମାତ୍ର ଆଉ କେଇଟା ଦିନ ଥିବା ବେଳେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଜୋରସୋରରେ ଲାଗିଛନ୍ତି ରଥ ନିର୍ମାଣକାରୀ ସେବକ । ତିନିରଥର ଭୂଇଁଗୁଡିକରେ ଅନ୍ଧାରି ତାଗ ଏବଂ କଇଁଚି ଫିଟିଂ ଶେଷ ହୋଇଛି । ତିନିରଥର ତୃତୀୟ ଭୂଇଁ ସେଟିଂ ପରେ ୧ ନଂ ପୋଟଳ ବା 'ବଡଥଳ' ପୋଟଳ ତିନିରଥକୁ ଉଠି ସାରିଛି । ବାକି ଥିବା ୧୨ ପରସ୍ତ ପୋଟଳ ମଧ୍ୟ ତିନିରଥକୁ ଉଠିଛି। ଏହାର ପ୍ରତିଟି ପରସ୍ତ ଉପରେ ତିଇନି.ଅଢେଇ ସାଇଜିର ନଦା ବା ବଟନ ଦିଆଯାଇ ତା ଉପରେ ଦ୍ବିତୀୟ ପୋଟଳ ପଟା ପଡି, ପଞ୍ଚମ ପୋଟଳ ପରେ ଷଷ୍ଠ ଏବଂ ସପ୍ତମ ପୋଟଳ ପାରାଭାଡ଼ି ଉଠି ଅଷ୍ଟମରୁ ଦ୍ବାଦଶ ପରସ୍ତ ପୋଟଳ ପରେ ୧୩ତମ ପରସ୍ତ 'ଖପୁରୀ ପାରେଣି' ପଡ଼ିଛି ।

ଏହି ଖପୁରୀ ଉପରେ କଳଶ ଉଠିଲା ପରେ ତିଳକ କଳଶ ଲାଗି ତିନିରଥର ଆଗଆଣି ବା ସମ୍ମୁଖ ଭାଗର ତାଗ ବାଡ଼ିଆ କାର୍ଯ୍ୟ ଶେଷ ହୋଇଛି । ବାକି ତିନି ପାର୍ଶ୍ବରେ ତାଗ ବାଡ଼ିଆ ପରେ ପଟା ବାଡ଼ିଆ କାର୍ଯ୍ୟ ଜାରି ରହିଛି । ତିନିରଥର ଚାରି ପାର୍ଶ୍ଵର କୋଣମାନଙ୍କୁ ଛାଡି ପଟା ବାଡ଼ିଆ ପରେ ତିନି ରଥର 'ବେଦି' ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏଥିସହ ତିନିରଥର ୪ଟି ଲେଖାଁଏ କତରା ନିର୍ମାଣ ଶେଷ ହୋଇଛି । ସେହିପରି ତିନିରଥର ଚାର ପରିଛାରେ ୫ଟି ଲେଖାଁଏ 'ଚାର ପରିଛା ଗୁଣ୍ଠି' ବାଡ଼ିଆ ଯାଇଛି । ଏହି ଚାରପରିଛା ତିନିରଥର ଘୋଡା ବନ୍ଧାରେ ସହାୟକ ହୋଇଥାଏ ।  ଏଣୁ ଏହି ଚାର ପରିଛାକୁ ସପୋର୍ଟ ଦେବାକୁ ମୁଣ୍ଡାଇ ରଖିବା ପାଇଁ ଏହି ଗୁଣ୍ଠିଗୁଡିକୁ ସାଲଗୁଜଗୁଡିକରେ ଫିଟିଂ କରାଯାଇଥାଏ ।  

ତିନିରଥର 'ପ୍ରଭା' ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରୂପକାର ସେବକମାନେ ତିନିରଥର 6ଗୋଟି ଲେଖାଁଏ ନାଟ ଗୋଡ଼ରେ ରୂପ ଖୋଦେଇ ଶେଷ କରି ଚିତ୍ରକାରମାନଙ୍କୁ ସେଥିରେ ରଙ୍ଗ କାର୍ଯ୍ୟ ପାଇଁ ଯୋଗାଇ ଶେଷ 2ଟି ଲେଖାଁଏ ନାଟ ଗୋଡ଼ର କନ୍ଦର୍ପ ରୂପ ଖୋଦେଇ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚିତ୍ରକାରମାନେ ତିନିରଥର ପାର୍ଶ୍ବ ଦେବାଦେବୀ, କଳସ, ଓଲଟ ଶୁଆ ଆଦିରେ ରଙ୍ଗ କାର୍ଯ୍ୟ ସହ ରଥ ବାହ୍ୟ ଅଂଶରେ ରଙ୍ଗ କାର୍ଯ୍ୟ କରୁଛନ୍ତି । ଦରଜି ସେବକମାନେ ତିନିରଥର ବତା କନାର ବିଳାଶ ପଟିରେ ଲେସ୍‌ ଫିଟିଂ ସହ ଦୁଆର ବେଢ଼ା କନାର ଲେସ ପକା ଏବଂ ଜାରି କାମ କରୁଛନ୍ତି । ଦୋଳବେଦୀ କମାର ଶାଳରେ ଓଝା ସେବକମାନେ ତିନିରଥରେ ଓଲଟ ଶୁଆ ଫିଟିଂ ପାଇଁ ସାଢେ ଚାରି ଫୁଟର ୪ଟି ଲେଖାଁଏ ୧୨ଟି 'ନାରାଜ' କଣ୍ଟା ନିର୍ମାଣ ଶେଷ କରିକଳଶ ବାଗିଆ କଣ୍ଟା, କଳଶ ଫାନ୍ଦ କଣ୍ଟା ଏବଂ ୧୨ଏମ ଏମର ଶୁଆ କଣ୍ଟା ନିର୍ମାଣ କରୁଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details