ଓଡିଶା

odisha

ବ୍ୟାଙ୍କ ସଖୀଙ୍କ କ୍ଷୋଭ , ପାରିଶ୍ରମିକ ପାଇଁ ତେଜିଲା ଦାବି

By ETV Bharat Odisha Team

Published : Dec 15, 2023, 7:23 PM IST

ETV Bharat / videos

ପାରିଶ୍ରମିକ ନ ଦେଇ ଠକିଦେଲେ ସରକାର, କ୍ଷୋଭ ଝାଡିଲେ ବ୍ୟାଙ୍କ ସଖୀ

ବାଲେଶ୍ୱର: ଓଡିଶା ବ୍ୟାଙ୍କ ସଖୀମାନଙ୍କୁ ସରକାର ଅବହେଳା କରୁଥିବା ଅଭିଯୋଗ । ଆମକୁ ଠକିଦେଲେ ସରକାର, ଆମ ପରିଶ୍ରମର ମୂଲ୍ୟ ଆମେ ପାଇ ପାରୁନାହୁଁ । ଏହାରି ଭିତରେ ଅନ୍ୟମାନଙ୍କୁ ନିଯୁକ୍ତି ଦେଇ ପଞ୍ଚାୟତ କାର୍ଯ୍ୟାଳୟରେ ସବୁ ସୁବିଧା ଦେଇ ବସାଇଲେ । ଆମକୁ କହିଥିଲେ ସବୁ ସୁବିଧା ଦିଆଯିବ । ଲୋକମାନଙ୍କ ପାଖରେ ଆମେ ସବୁ ପ୍ରତିକୂଳ ପରିସ୍ଥିତିରେ ବି ପହଞ୍ଚି ସେବା ଯୋଗାଇଛୁ । ମାତ୍ର ଆମ କଥା ସରକାର ଶୁଣୁ ନାହାନ୍ତି କି ଆମ ଦୁଃଖ ସରକାରଙ୍କୁ ଦେଖା ଯାଉନାହିଁ ବୋଲି ଅଭିଯୋଗ କରିଛନ୍ତି ବ୍ୟାଙ୍କ ସଖୀ । ପାରିଶ୍ରମିକ ଏବଂ ପ୍ରତିଶ୍ରୁତି ମୁତାବକ ସମସ୍ତ ସାମଗ୍ରୀ ଯୋଗାଇଦେବା ପାଇଁ ଦାବି ହୋଇଛି । 

ବାଲେଶ୍ୱର ଜିଲ୍ଲାର ଯେଉଁ ପଞ୍ଚାୟତ ଅଞ୍ଚଳରେ ବ୍ୟାଙ୍କିଙ୍ଗ ସେବା ମିଳି ପାରୁନାହିଁ ,ସେହି ଅଞ୍ଚଳରେ ଲୋକମାନଙ୍କ ପାଖରେ ସୁବିଧାରେ ଟଙ୍କା ନେଣଦେଣ କରାଉଛନ୍ତି ଏହି ବ୍ୟାଙ୍କ ସଖି । ଜିଲ୍ଲାର ପ୍ରାୟ 300ରୁ ଊର୍ଦ୍ଧ୍ଵ ମହିଳା ବିଭିନ୍ନ ପଞ୍ଚାୟତସ୍ତରରେ ସେବା ଯୋଗାଇ ଦେଉଛନ୍ତି । ମହିଳାମାନଙ୍କର ଶିକ୍ଷାଗତ ଯୋଗ୍ୟତା, କମ୍ପ୍ୟୁଟର ଶିକ୍ଷା ଆଦିକୁ ଯାଞ୍ଚ କରାଯାଇ ଏକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ମହିଳାଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଛି । ପରେ ଜିଲ୍ଲାପାଳଙ୍କ ଦ୍ୱାରା ମହିଳାମାନଙ୍କୁ ବ୍ୟାଙ୍କିଙ୍ଗ ସେବା ପାଇଁ ଡିଭାଇସ ପ୍ରଦାନ କରାଯାଇଥିଲା । ସେହି ଦିନଠାରୁ 3 ବର୍ଷ ଧରି ମହିଳାମାନେ ଏମିତି ବ୍ୟାଙ୍କିଙ୍ଗ ସେବା ଯୋଗାଇ ଆସୁଥିଲେ । ମଧ୍ୟ ସରକାରୀସ୍ତରରେ ସେମାନଙ୍କୁ କୌଣସି ପ୍ରକାର ପାରିଶ୍ରମିକ ପ୍ରଦାନ କରୁନାହାନ୍ତି ।

ଏହା ମଧ୍ୟ ପଢନ୍ତୁ...ପାଞ୍ଚ ଦିନରେ ପହଞ୍ଚିଲା ରାଉରକେଲା ମହାନଗର ନିଗମର କର୍ମଚାରୀଙ୍କ ପ୍ରତିବାଦ

ସେମାନଙ୍କୁ କିଛି କମିଶନ ମିଳୁଥିଲେ ମଧ୍ୟ ତାହା ଅଧିକ ବ୍ୟାଙ୍କ ଟ୍ରାଞ୍ଜକସନ ପାଇଁ ଚାର୍ଜ ବାବଦକୁ କଟି ଯାଉଥିବା ସଖୀମାନେ କହିଛନ୍ତି କରିଛନ୍ତି । ଏହାରି ଭିତରେ ପଞ୍ଚାୟତରେ ଥିବା ମିଶନ ଶକ୍ତି ଗୃହରେ ଏକ ବ୍ୟାଙ୍କ ନିର୍ମାଣ କରି ସିଏସ୍‌ପି ପ୍ଲସ୍ ସଦସ୍ୟଙ୍କୁ ସରକାର ନିଯୁକ୍ତି ଦେଇଥିବାବେଳେ ବ୍ୟାଙ୍କ ସଖୀମାନଙ୍କୁ ନିଯୁକ୍ତି ଦେବାପାଇଁ ଦାବି ହୋଇଛି । ଅନ୍ୟପଟେ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ଗୃହ ସହ ଲାପଟପ୍ ସାଙ୍ଗକୁ ଆସବାବପତ୍ର ଯୋଗାଇ ଦେବାର ପ୍ରତିଶ୍ରୁତି ସରକାର ଦେଇଥିଲେ ମଧ୍ୟ ତାହା ପୂରଣ ହୋଇନଥିବା ଅଭିଯୋଗ କରିଛନ୍ତି । ଏଥିପାଇଁ ସଖୀମାନଙ୍କୁ ନିଯୁକ୍ତି ପ୍ରଦାନ ସହ ପାରିଶ୍ରମିକ ଯୋଗାଇଦେବା ପାଇଁ ଦାବି ହୋଇଛି । 

ଇଟିଭି ଭାରତ, ବାଲେଶ୍ୱର

 

ABOUT THE AUTHOR

...view details