ଓଡିଶା

odisha

ପଇଡ଼ ବ୍ୟବସାୟୀଙ୍କ ଉପରେ ପୋଲିସର ଦାଦାଗିରି

ETV Bharat / videos

ଲୁଧିଆନାରେ ASIଙ୍କ ଦାଦାଗିରି !: ପଇଡ଼ ବ୍ୟବସାୟୀଙ୍କୁ ମାଡ଼, ଭିଡିଓ ଭାଇରାଲ ପରେ ନିଲମ୍ବନ ଦାବି

By ETV Bharat Odisha Team

Published : Sep 11, 2023, 5:28 PM IST

ଚଣ୍ଡୀଗଡ଼: ପଞ୍ଜାବର ଲୁଧିଆନାରେ ASIଙ୍କ ଦାଦାଗିରି । ଜଣେ ପଇଡ ବ୍ୟବସାୟୀଙ୍କୁ ପୋଲିସ ବିନା କୌଣସି ଦୋଷରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏପରିକି ପୋଲିସ ପଇଡ଼ ବ୍ୟବସାୟୀଙ୍କୁ ମାଡ଼ ମାରୁଥିବାର ସମୟର ଭିଡିଓ ମଧ୍ୟ ନିଜେ ଉତ୍ତୋଳନ କରିଛନ୍ତି ବ୍ୟବସାୟୀ । ଯାହାକୁ ନେଇ ସେଠାକାର ବ୍ୟବସାୟୀମାନେ ସଂପୃକ୍ତ ASIଙ୍କୁ ନିଲମ୍ବନ କରିବାକୁ ଦାବି କରିଛନ୍ତି।

ସୂଚନା ଅନୁସାରେ, ପ୍ରତି ପଇଡ ପିଛା 60ରୁ 70ଟଙ୍କା ହିସାବରେ ବ୍ୟବସାୟୀ ଜଣକ ବିକ୍ରି କରିଥାଆନ୍ତି । ସେଦିନ ସନ୍ଧ୍ୟା ସମୟରେ ସେ ବେପାର ବନ୍ଦ କରି ଯିବା ସମୟରେ ହଠାତ୍ ପୋଲିସ ଅଧିକାରୀ ଜଣକ ଆସି ତାଙ୍କୁ ଏକ ବଡ଼ ଆକାରର ଥଣ୍ଡା ପଇଡ଼ ଦେବା ପାଇଁ ବରାଦ କରିଥିଲେ । ଏକ ଭିଡିଓ ରେକର୍ଡ କରି ବ୍ୟବସାୟୀ ଜଣକ କହିଛନ୍ତି, "ପୋଲିସ ଅଧିକାରୀ ପଇଡ଼ ମାଗିବା ସମୟରେ ତାଙ୍କ ପାଖରେ ମାତ୍ର 3ଟି ପଇଡ଼ ଥିଲା। ହେଲେ ପୋଲିସ ଅଧିକାରୀ ଜଣକ ବଡ଼ ପଇଡ଼ ଦେବାକୁ ବାଧ୍ୟ କରିଥିଲେ । ଆଉ ତାହା ଦେଇନପାରିବାରୁ ସେ ମାଡ଼ ମାରି ଲହୁଲୁହାଣ କରିବା ସହ ପଇଡ଼ ବିକ୍ରି କରୁଥିବା ଠେଲାକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ କହିଛନ୍ତି ।" ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି।

ଏହା ବି ପଢନ୍ତୁ...ଖାକିର ଦାଦାଗିରି, ବିନା FIRରେ ଯୁବକଙ୍କୁ ଥାନା ଅଧିକାରୀ ମାଡ ମାରିଥିବା ଅଭିଯୋଗ

ABOUT THE AUTHOR

...view details