ଓଡିଶା

odisha

ଦିଆସିଲି କାଠିରେ କ୍ଷୁଦ୍ର ରଥ

ETV Bharat / videos

ଦିଆସିଲି କାଠିରେ ତିନି ଦିଅଁଙ୍କ କୁନି ରଥ, ବିରାଜିତ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି - ଦିଆସିଲି କାଠିରେ କ୍ଷୁଦ୍ର ରଥ

By

Published : Jun 18, 2023, 5:16 PM IST

ପୁରୀ:ଦିନକ ପରେ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ । ରଥ ନିର୍ମାଣ ପାଇଁ ଅନେକ ସରଞ୍ଜାମର ଆବଶ୍ୟକ ପଡୁଥିବା ବେଳେ ପୁରୀର ଯୁବ ଶିଳ୍ପୀ ଶାଶ୍ବତ ରଞ୍ଜନ ସାହୁ କେବଳ ଦିଆସିଲିରେ ତିନୋଟି କ୍ଷୁଦ୍ର ରଥ ତିଆରି କରିଛନ୍ତି । ନିଆରା କଳାକୃତି ମାଧ୍ୟମରେ ସ୍ୱଚ୍ଛତାର ବାର୍ତ୍ତା ଦେବାକୁ ପ୍ରୟାସ କରିଛନ୍ତି ଶାଶ୍ବତ । ଯାହା ଦେଖିବାକୁ ଖୁବ ଆକର୍ଷଣୀୟ ହୋଇଛି । 2025ଟି ଦିଆସିଲି କାଠି ବ୍ୟବହାର କରି ପ୍ରଭୁ ବଳଭଦ୍ର, ଦେବୀ ଶୁଭଦ୍ରା ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥର ତିନୋଟି କ୍ଷୁଦ୍ର ମଡେଲ ତିଆରି କରିଛନ୍ତି । ଏହି ରଥ ନିର୍ମାଣ କରିବାକୁ ଶାଶ୍ବତଙ୍କୁ 15 ଦିନ ସମୟ ଲାଗିଥିଲା । ପ୍ରତିବର୍ଷ ରଥଯାତ୍ରା ପୂର୍ବରୁ ପୁରୀର ଏହି ଯୁବ ଚିତ୍ରଶିଳ୍ପୀ ଏଭଳି ଦିଆସିଲି କାଠିରେ ନିଆରା କଳାକୃତି କରି ଲୋକଙ୍କୁ ବାର୍ତ୍ତା ଦେଇଥାଆନ୍ତି । 

ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details