ଓଡିଶା

odisha

ବୌଦ୍ଧରେ ପ୍ରଥମଥର ପାଇଁ ଆୟୋଜିତ ହେଲା ଚିତ୍ରକଳା ପ୍ରଦର୍ଶନୀ

ETV Bharat / videos

ବୌଦ୍ଧରେ ପ୍ରଥମ ଥର ଚିତ୍ରକଳା ପ୍ରଦର୍ଶନୀ ଆୟୋଜିତ - ଚିତ୍ରକଳା ପ୍ରଦର୍ଶନୀ

By ETV Bharat Odisha Team

Published : Dec 30, 2023, 10:48 AM IST

Art Exhibition:ବୌଦ୍ଧ: ଜିଲ୍ଲାରେ ପ୍ରଥମ ଥର ପାଇଁ ତିନି ଦିନ ଧରି ଆୟୋଜିତ ହୋଇଛି ଚିତ୍ରକଳା ପ୍ରଦର୍ଶନୀ । ଓଡ଼ିଶାର ଖ୍ୟାତିନାମା ଚିତ୍ରକରଙ୍କ ବିଭିନ୍ନ ଚିତ୍ରକଳାକୁ ଜିଲ୍ଲା ସଦର ମହକୁମା ଠାରେ ପ୍ରଦର୍ଶିତ କରାଯାଇଛି । ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ବାରା ଆୟୋଜିତ ଏହି ପ୍ରଦର୍ଶନୀ ଯୁବବର୍ଗଙ୍କୁ ଖୁବ୍ ଆକର୍ଷିତ କରିଛି । ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ବାରା ଓଡ଼ିଶାର ୧୦ଟି ଜିଲ୍ଲାରେ ଚିତ୍ରକଳା ପ୍ରଦର୍ଶନୀ ଆୟୋଜନ କରାଯାଇଛି । ଚାରୁକଳା ଚିତ୍ରର ପ୍ରଚାର ପ୍ରସାର ତଥା ଯୁବ ଚିତ୍ରଶିଳ୍ପୀଙ୍କୁ ଆକର୍ଷିତ କରିବାକୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । 

ଏହା ମଧ୍ୟ ପଢନ୍ତୁ...ମୁରୁଜରେ ଜଗନ୍ନାଥ

ଏଥିରେ ତୈଳ ଚିତ୍ର, ଜଳ ଚିତ୍ର, କୋଲାଚ ଚିତ୍ର, ତାଳପତ୍ର ଖୋଦେଇ ଚିତ୍ର, ଆଦିବାସୀ ଚିତ୍ରକଳା, ମୁଦ୍ରଣ କଳା ଚିତ୍ର, ପ୍ରାକୃତିକ ରଙ୍ଗ ଚିତ୍ର, ପାରମ୍ପରିକ ଚିତ୍ରକଳା ପ୍ରଦର୍ଶିତ କରାଯାଇଛି । ଓଡ଼ିଶାର ପ୍ରଖ୍ୟାତ ଚିତ୍ର ଶିଳ୍ପୀ ଦୀନାନାଥ ପାଠୀ, ନାରାୟଣ ରାଓ, ଦାସ ମୁର୍ମୁ, ବିନୋଦ ରାଉତରାୟ, ଗୋବିନ୍ଦ ରେଡ୍ଡୀ, ନିରଞ୍ଜନ ମୁଖି, ଅସୀତ ପଟ୍ଟନାୟକ ଭଳି ଅନେକ କଳାକାରଙ୍କ ଚିତ୍ରକଳା ପ୍ରଦର୍ଶନୀରେ ସ୍ଥାନ ପାଇଥିଲା । ପ୍ରଥମ ଥର ପାଇଁ ଏଭଳି ଅଭିନବ ପଦକ୍ଷେପକୁ ନେଇ ସ୍ଥାନୀୟ ଚିତ୍ରକରମାନେ ବେଶ୍ ଆନନ୍ଦ ପ୍ରକାଶ କରିଛନ୍ତି ।

 ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details