ମଙ୍ଗଳମୟ ହେବ ଦିନ, ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ଆଳତୀ
Published : Dec 31, 2023, 6:39 AM IST
Maa Tarini Alati:କେନ୍ଦୁଝର: ମାଆ ତାରିଣୀ ଦୁଃଖ ହାରିଣୀ । କରୁଣାମୟୀ ସେ ଘଟଗାଁ ରାଣୀ । ପ୍ରତିଦିନ ଦିନ ସକାଳୁ ଘଟଗାଁ ପୀଠରେ ମାଆଙ୍କ ଆଳତୀ ହୋଇଥାଏ । ଏହି ଆଳତୀ ଦର୍ଶନ କଲେ ଦିନ ଶୁଭମୟ ହୋଇଥାଏ । ସବୁଦିନ ପରି ଆଜି ମଧ୍ୟ ସକାଳୁ ସକାଳୁ ମାଆଙ୍କ ଆଳତୀ କରିଛନ୍ତି ସେବାୟତ । ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ମଙ୍ଗଳ ଆଳତୀ । ନାଲି ସିନ୍ଦୁର ଓ ମନ୍ଦାରରେ ଝଟକୁଛନ୍ତି ମାଆ । ଘଣ୍ଟ ଘଣ୍ଟା, ଶଙ୍ଖ, ହୁଳହୁଳି, ହରିବୋଲ ସହ ମାଆଙ୍କ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇ ଉଠୁଛି ମନ୍ଦିର ପରିସର । ଯାହା ମନ୍ଦିରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଛି । ସକାଳୁ ମାଆଙ୍କ ଦିବ୍ୟ ଆଳତୀ ଦର୍ଶନ କଲେ ଜୀବନର ସବୁ ପାପକ୍ଷୟ ହୋଇଥାଏ ବୋଲି ଭକ୍ତଙ୍କ ବିଶ୍ବାସ । ସକାଳୁ ମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଛି । କେନ୍ଦୁଝର ଜିଲ୍ଲାର ପ୍ରସିଦ୍ଧ ସ୍ଥାନ ହେଉଛି ମାଆଙ୍କ ଘଟଗାଁ ପୀଠ ।
ଇଟିଭି ଭାରତ, କେନ୍ଦୁଝର