ଓଡିଶା

odisha

By

Published : Nov 12, 2022, 11:00 PM IST

Updated : Feb 3, 2023, 8:32 PM IST

ETV Bharat / videos

Padmapur By Poll: ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ବରଗଡ଼: ପଦ୍ମପୁର ଉପନିର୍ବାଚନ (Padmapur By election) ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଦଳ ସତ୍ୟ ଭୂଷଣ ସାହୁଙ୍କୁ ଟିକେଟ ପ୍ରଦାନ କରି ନିଜର ଦଳୀୟ ପ୍ରାର୍ଥୀ ଭାବରେ ଘୋଷଣା କରିଛି (AICC announces Satya Bhusan Sahu as congress candidate) । ବିଜେପି ପ୍ରଦୀପ ପୁରୋହିତଙ୍କୁ ଟିକେଟ ପ୍ରଦାନ କରିବା ପରେ ଆଜି କଂଗ୍ରେସ ନିଜ ପ୍ରାର୍ଥୀ ଘୋଷଣା କରିଛି । ପୂର୍ବରୁ ନିଜକୁ ଆଶାୟୀ ବୋଲି କହୁନଥିବା ସତ୍ୟ ଭୂଷଣ ସାହୁ ଆଜି ହଠାତ କଂଗ୍ରେସ ଦଳର ପ୍ରାର୍ଥୀ ହୋଇ ଛିଡା ହୋଇଛନ୍ତି ଏବଂ କଂଗ୍ରେସ ଦଳ ତାଙ୍କୁ ଅର୍ଥ ବଳ ଓ ବାହୁବଳ ସହିତ ନିର୍ବାଚନୀ ମୈଦାନରେ ସହାୟ ହେବ ବୋଲି ସେ କହିଛନ୍ତି । ତାଙ୍କୁ କଂଗ୍ରେସ ଦଳ ଭରସା କରି ଟିକେଟ ଦେଇଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି । ଆସନ୍ତା ଡିସେମ୍ବର ୫ ତାରିଖରେ ବରଗଡ ଜିଲ୍ଲା ପଦ୍ମପୁରରେ ଉପନିର୍ବାଚନ ହେବ । ବର୍ତ୍ତମାନ କଂଗ୍ରେସ ଦଳର ସ୍ଥିତି ଠିକ ନଥିବା ବେଳେ କଂଗ୍ରେସ ପାଇଁ ନିର୍ବାଚନ ଲଢିବା ଚିନ୍ତାର କାରଣ ପାଲଟିଛି । ଧାମନଗର ଉପ ନିର୍ବାଚନରେ ବିଜେପି ଦଳର ବିଜୟ ପରେ ପଦ୍ମପୁର ଉପନିର୍ବାଚନରେ ମଧ୍ୟ ବିଜେପି ଦଳ ବିଜୟୀ ହେବାର ଆଶା ରଖିଥିବା ବେଳେ ବିଜେଡି ଦଳ ପାଇଁ ପଦ୍ମପୁର ଉପନିର୍ବାଚନ ଏକପ୍ରକାର ଚ୍ୟାଲେଞ୍ଜ ହୋଇଛି । ଏପରି ପରିସ୍ଥିତିରେ କଂଗ୍ରେସ ଦଳ କିପରି ନିର୍ବାଚନରେ ନିଜର ସମ୍ମାନ ବଜାୟ ରଖିବ ସେ ନେଇ ଦଳ ପ୍ରୟାସ କରିବ ନିଶ୍ଚିତ । ଇଟିଭି ଭାରତ, ବରଗଡ଼
Last Updated : Feb 3, 2023, 8:32 PM IST

ABOUT THE AUTHOR

...view details