ଓଡିଶା

odisha

ଜୋର ଧରିଲାଣି ଛାତ୍ର ସଂସଦ ନିର୍ବାଚନ ଦାବି

ETV Bharat / videos

ଜୋର ଧରିଲାଣି ଛାତ୍ର ସଂସଦ ନିର୍ବାଚନ ଦାବି

By ETV Bharat Odisha Team

Published : Sep 16, 2023, 10:49 PM IST

ବାଲେଶ୍ବର:  ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରି ଛାତ୍ର ନେତୃତ୍ୱକୁ ରୋକିବାକୁ ଶାସକ ଦଳର ପ୍ରୟାସ କରାଯାଉଥିବା ଅଭିଯୋଗ ହୋଇଛି । ଏପରି ପ୍ରାୟୋଜିତ ଷଡଯନ୍ତ୍ର ବିରୋଧରେ ଏବଂ ଛାତ୍ର ସଂସଦ ନିର୍ବାଚନ ପାଇଁ ତାରିଖ ଘୋଷଣା ଦାବିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଗତ ୫ ବର୍ଷଧରି ଛାତ୍ରଛାତ୍ରୀଙ୍କର ସରକାରଙ୍କ ବିରୋଧରେ ସ୍ଵରକୁ ପ୍ରତିହତ କରିବା ପାଇଁ ଅଘୋଷିତ ଭାବରେ ଛାତ୍ରସଂସଦ ନିର୍ବାଚନ ବନ୍ଦ କରି ଦିଆଯାଇଛି । ଯାହା ଆଜି ଛାତ୍ରଛାତ୍ରୀଙ୍କ ଅଧିକାର ସେମାନଙ୍କଠୁ ଛଡ଼ାଇ ନେବା ସହିତ ହଜାର ହଜାର ଛାତ୍ର ନେତୃତ୍ୱର ଭୃଣ ହତ୍ୟାର କାରଣ ସାଜିଛି । ଶୈକ୍ଷିକ ବାତାବରଣର ମିଥ୍ୟାପ୍ରଳାପ କରୁଥିବା ସରକାର ଆଜି ବିଦ୍ୟାର୍ଥୀଙ୍କୁ ଗୁଣାତ୍ମକ ଶିକ୍ଷା ଓ ସୁରକ୍ଷା ଦେବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି । 5ଟି ଯୋଜନାରେ ସବୁ କ୍ୟାମ୍ପସ୍ କୁ ସବୁଜ ରଙ୍ଗରେ ବୁଡ଼ାଇ ଦିଆଯାଉଛି ସତ ହେଲେ ଓଡ଼ିଶାର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ହଜାର ହଜାର ଅଧ୍ୟାପକ ପଦବୀ ଖାଲି ପଡିଛି । ପିଲାମାନଙ୍କ ସିଲାବସ୍ ସରୁନାହିଁ କିନ୍ତୁ ପରୀକ୍ଷା କରାଯାଉଛି । କେଉଁଠି ଶ୍ରେଣୀଗୃହ ନାହିଁ ତ କେଉଁଠି ପାଠାଗାର ନାହିଁ ।କେଉଁଠି ପାଚେରୀ ଭୁଶୁଡି ଗଲାଣି ତ କେଉଁଠି 5T ସଚିବଙ୍କ କାର୍ଯ୍ୟକ୍ରମକୁ ଯାଇ ପିଲାମାନେ ଦୁର୍ଘଟଣାଗ୍ରସ୍ତ ହେଲେଣି । 

ଶିକ୍ଷାରେ ଶାସକଦଳର ଏ ରାଜନୀତିକରଣ ଓଡ଼ିଶାର ଶିକ୍ଷାବ୍ୟବସ୍ଥାକୁ ୧୦ମ ସ୍ଥାନରୁ ୨୪ତମ ସ୍ଥାନରେ ପହଞ୍ଚାଇଛି । ସାକ୍ଷରତା ହାରରେ ଓଡ଼ିଶା ୨୬ତମ ସ୍ଥାନରେ ପହଞ୍ଚିଛି । ୨୩ ବର୍ଷର ଅପାରଗ ଓ ସ୍ଥାଣୁ ସରକାରର ସଚିବତନ୍ତ୍ର ଶାସନ ଓ ଶିକ୍ଷାରେ ରାଜନୀତିକରଣକୁ ବିଦ୍ୟାର୍ଥୀ ପରିଷଦ ଆଙ୍ଗୁଳି ଉଠାଇଛି । ସାମ୍ପ୍ରତିକ ରାଜ୍ୟ ଶିକ୍ଷାସ୍ଥିତିର ସମସ୍ତ ସମସ୍ୟାକୁ ସମାଧାନ କରି ତୁରନ୍ତ ଛାତ୍ରସଂସନ ନିର୍ବାଚନ ନିମନ୍ତେ ତାରିଖ ଘୋଷଣା ପାଇଁ ଏବିଭିପି ଦାବି କରିଛି । ରାଜ୍ୟ ଓ ବିଦ୍ୟାର୍ଥୀମାନଙ୍କ ବୃହତ ସ୍ୱାର୍ଥକୁ ପୁରା କରିବାକୁ ଯାଇ ଏହିସବୁ ଦାବି ପୂରଣ ନହେଲେ ହଜାର ହଜାର ବିଦ୍ୟାର୍ଥୀ ନିଜ ଅଧିକାର ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ,ବାଲେଶ୍ବର

ABOUT THE AUTHOR

...view details