ଝାରସୁଗୁଡାରେ ସ୍ବାଧୀନତା ଦିବସ ପାଳିତ, ପତାକା ଉତ୍ତୋଳନ କଲେ ଶ୍ରମମନ୍ତ୍ରୀ - ଝାରସୁଗୁଡାରେ ସ୍ବାଧୀନତା ଦିବସ ପାଳିତ
ଝାରସୁଗୁଡା:ଆଜି ଦେଶ ପାଳୁଠି 77ତମ ସ୍ବାଧୀନତା ଦିବସ । ଝାରସୁଗୁଡ଼ାରେ ପାଳିତ ହୋଇଯାଇଛି ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ । ମନମୋହନ ସ୍କୁଲ ପଡ଼ିଆରେ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସରେ ମୁଖ୍ୟ ଅତିଥି ଭାବେ ସାମିଲ ହୋଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ଶ୍ରମମନ୍ତ୍ରୀ ସାରଦା ପ୍ରସନ୍ନ ନାଏକ । ଏହାପରେ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ ମନ୍ତ୍ରୀ । ସ୍ବାଧୀନତା ସଂଗ୍ରାମରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସଂଗ୍ରାମୀଙ୍କୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରେପରେ ପୋଲିସ ଓ ସ୍କୁଲ କଲେଜର ଛାତ୍ରଛାତ୍ରୀ ପରେଡ କରିଥିଲେ। ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପାରଦର୍ଶିତା ଦେଖାଇଥିବା ଛାତ୍ରଛାତ୍ରୀ, ପୋଲିସ, କ୍ରୀଡ଼ାବିତ୍ ଓ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା । ଆଜିର ଦିନରେ ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ସ୍ବାଧୀନତା ସଂଗ୍ରାମୀ ମାନଙ୍କ ଅବଦାନ, ଯୁଦ୍ଧରେ ଶହୀଦ ହୋଇଥିବା ଝାରସୁଗୁଡ଼ାର ବୀର ପୁତ୍ରମାନଙ୍କୁ ମନେ ପକାଇଥିଲେ ଶ୍ରମମନ୍ତ୍ରୀ ।
ଏହା ମଧ୍ୟ ପଢନ୍ତୁ- ନବରଙ୍ଗପୁରରେ ସ୍ବାଧୀନତା ଦିବସ ପାଳିତ
ଇଟିଭି ଭାରତ, ଝାରସୁଗୁଡା