ଓଡିଶା

odisha

କୁନି ବୟସରେ ଭଗବତ ପ୍ରେମ

ETV Bharat / videos

କୁନି ବୟସରେ ଭଗବତ ପ୍ରେମ; ମୁହଁରୁ ଝରୁଛି ଅନର୍ଗଳ ଶ୍ଳୋକ - ସୌଭାଗ୍ୟ ସାମନ୍ତ

By ETV Bharat Odisha Team

Published : Nov 16, 2023, 12:21 PM IST

ବାଲେଶ୍ବର: ଯେଉଁ ବୟସରେ ଖେଳକୁଦ କରିବା କଥା ସେହି ବୟସରେ ଭଗବାନଙ୍କ ଭକ୍ତିରେ ବିମୋହିତ ହୋଇଛି କୁନି ବାଳକ । ମୁହଁରୁ ଝରୁଛି ଅନର୍ଗଳ ଗୀତା ଭାଗବତର ଶ୍ଳୋକ । ପ୍ରତି ସକାଳ ସନ୍ଧ୍ୟାରେ ପୂଜାପାଠରେ ନିମଗ୍ନ ରହୁଛି ୭ ବର୍ଷର ପିଲାଟି  । କେବଳ ଘରେ ଶ୍ଲୋକ ବୋଲୁନାହିଁ ତ ଅନେକ ଧାର୍ମିକ ସମାରୋହରେ ଗୀତା ପାଠ କରି ସାଉଁଟୁଛି ପ୍ରଶଂସା । ଏହି କୁନି ବାଳକ ହେଉଛି ବାଲେଶ୍ଵର ସହର ବଟେଶ୍ବର ଅଞ୍ଚଳର ସୁବାଷ ମାସନ୍ତ ଓ ସୁକାନ୍ତି ମାସନ୍ତଙ୍କ ୭ ବର୍ଷର ପୁଅ ସୌଭାଗ୍ୟ  । ସେ ସରସ୍ବତୀ ଶିଶୁ ମନ୍ଦିରରେ ପାଠ ପଢେ । ଏତେ କମ୍ ବୟସରୁ ପିଲାଟି ଅନର୍ଗଳ ଗୀତା ଭାଗବତର ଶ୍ଳୋକ ଗାଇ ଚର୍ଚ୍ଚାକୁ ଆସିଛି ।

 ଏହାମଧ୍ୟ ପଢନ୍ତୁ: 13 ବର୍ଷ ବୟସରେ କହୁଛନ୍ତି ଅନର୍ଗଳ ଶ୍ଲୋକ, ସ୍କୁଲରେ ଗଜାନନଙ୍କୁ ପୂଜୁଛନ୍ତି କୁନି ପୁରୋହିତ ବଦ୍ରି

ସୌଭଗ୍ୟଙ୍କ ବାପା ବୃତ୍ତିରେ ଓକିଲ ଏବଂ ମାଆ ଗୃହିଣୀ । ୭ ବର୍ଷର ସୌଭାଗ୍ୟଙ୍କୁ କେହି ଶ୍ଲୋକ ଶିଖାଇ ନାହାନ୍ତି, ମାଆବାପା ଠାକୁର ପୂଜା କରୁଥିବା ବେଳେ ସେ ନିଜେ ଶୁଣି ଶୁଣି ମନେ ରଖିଛି ଏବଂ ପ୍ରାଞ୍ଜଳ ଭାବରେ ଗାଉଛନ୍ତି । ପିଲାଟିର ବାପାମାଆ କୁହନ୍ତି, ସୌଭାଗ୍ୟ ସକାଳେ ବିଛଣା ଛାଡ଼ିବା ପରେ ମୁହଁ ଧୋଇ ଠାକୁରଙ୍କ ଆଗରେ ବସି ପ୍ରାର୍ଥନା କରେ । ନିଜେ ଘଣ୍ଟି ବଜାଇ ଶ୍ଳୋକ ଗାନ କରେ । ସନ୍ଧ୍ୟାରେ ନିଜେ ବାଜା ବଜାଇ ମାଆଙ୍କ ସହ କୀର୍ତ୍ତନ କରେ । ଏମିତିକି ଖେଳକୁଦ ବେଳେ ବି ସେ ଗୁଣୁଗୁଣୁ ହୋଇ ଶ୍ଳୋକ ଗାନ କରେ । ମାଆ ରୋଷେଇ ଘରେ ଥିବାବେଳେ ସୌଭାଗ୍ୟ ମାଆଙ୍କ ପାଖରେ ଠିଆ ହୋଇ ନୂଆ ନୂଆ ଶ୍ଳୋକ ଶିଖିବା ପାଇଁ ଚେଷ୍ଟା କରିଥାଏ । ଥରେ ଶୁଣିଲେ ହିଁ ସେ ସବୁ ମନେ ରଖିପାରେ । ପିଲାଟିର ଏହି ଜିଜ୍ଞାସା ହିଁ ତାକୁ ଚର୍ଚ୍ଚାର ପରିସରକୁ ଆଣିଛି  । ସେ ଏବେ ନୃତ୍ୟ ମଧ୍ୟ ଶିଖୁଛି  । କେବଳ ପୂଜାପାଠରେ ନୁହେଁ ପାଠପଢ଼ାରେ ମଧ୍ୟ ବେଶ୍ ଧୁରନ୍ଧର ସୌଭାଗ୍ୟ  ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details