13 ବର୍ଷ ବୟସରେ କହୁଛନ୍ତି ଅନର୍ଗଳ ଶ୍ଲୋକ, ସ୍କୁଲରେ ଗଜାନନଙ୍କୁ ପୂଜୁଛନ୍ତି କୁନି ପୁରୋହିତ ବଦ୍ରି - କୁନି ପୁରୋହିତ ବଦ୍ରୀ
Published : Sep 19, 2023, 2:10 PM IST
ଖୋର୍ଦ୍ଧା:ପ୍ରତିଭାବାନ ବାଳକ ବଦ୍ରୀ ନାରାୟଣ ମିଶ୍ର । ବୟସ ମାତ୍ର, 13 ବର୍ଷ, କିନ୍ତୁ ମୁଖରୁ ବାହାରୁଛି ଅନର୍ଗଳ ଶ୍ଳୋକ । ଗଣେଶ ପୂଜାରେ ସେ ସାଜିଛନ୍ତି ପୁରୋହିତ ଓ କରୁଛନ୍ତି ପୂଜାର୍ଚ୍ଚନା । ଯେଉଁ ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି ସେହି ବିଦ୍ୟାଳୟରେ ପୂଜକ ସାଜି ପୂଜା କରୁଛନ୍ତି ବଦ୍ରୀ । ଶ୍ରାଦ୍ଧ, ସଂକ୍ରାନ୍ତି ହୋମ ସହ ଗଣେଶ ପୂଜା ଓ ସରସ୍ୱତୀ ପୂଜା ମଧ୍ୟ କରୁଛନ୍ତି ଏହି କୁନି ପୁରୋହିତ । ବଦ୍ରିଙ୍କ ବାପା ଗାଁରେ ପୁରୋହିତ କାମ କରୁଥିବା ବେଳେ ତାଙ୍କଠାରୁ ଏହି ଶିକ୍ଷା ଗ୍ରହଣ କରିଛନ୍ତି ସେ। ବଦ୍ରି ଗାଁର ସମସ୍ତ ପୁରୋହିତ କାମ କରିବା ସହ ଦଶହରା ଓ ବିଶ୍ୱଶାନ୍ତି ମହାଯଜ୍ଞରେ ମଧ୍ୟ ସହଯୋଗୀ ପୂଜକ ଭାବେ ବିଧି କରିଥାଆନ୍ତି । ସେହିପରି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରିୟପାତ୍ର ହୋଇଛନ୍ତି ସେ । କେବଳ ପୂଜା ନୁଁହ ବରଂ ପାଠ ଓ ନାଚରେ ମଧ୍ୟ ସେ ବେଶ ପାରଙ୍ଗମ ବୋଲି ବଦ୍ରିଙ୍କ ଶିକ୍ଷକ କହିଛନ୍ତି । ଧୀରେଧୀରେ ନିଜ କୌଳିକ ବୃତ୍ତିକୁ ଛାଡ଼ି ଚାକିରି ପଛରେ ଗୋଡ଼ାଉଥିବା ଯୁବଗୋଷ୍ଠୀଙ୍କୁ ବଦ୍ରି ନିଆରା ବାର୍ତ୍ତା ଦେଇଛନ୍ତି । ବର୍ତ୍ତମାନ ସେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଛନ୍ତି ।
ଏହା ମଧ୍ୟ ପଢନ୍ତୁ- Ganesh Chaturthi: ରାଉରକେଲାରେ ବିଭିନ୍ନ ସ୍କୁଲ୍ରେ ଗଣେଶ ପୂଜା ପାଳିତ
ଇଟିଭି ଭାରତ, ଖୋର୍ଦ୍ଧା