ଓଡିଶା

odisha

maa budhi thakurani yatra

ETV Bharat / videos

ଦଶମ ଦିନରେ ବ୍ରହ୍ମପୁରର ବୁଢୀ ଠାକୁରାଣୀ ଯାତ୍ରା, ମା'ଙ୍କ ଘଟ ପରିକ୍ରମାରେ ରହିଥାଏ ସ୍ବତନ୍ତ୍ରତା - ବ୍ରହ୍ମପୁରର ବୁଢୀ ଠାକୁରାଣୀ ଯାତ୍ରା

By

Published : Apr 14, 2023, 11:31 AM IST

ବ୍ରହ୍ମପୁର: ଚାଲିଥିବା ପ୍ରସିଦ୍ଧ ମା' ବୁଢୀ ଠାକୁରାଣୀଙ୍କ ଯାତ୍ରା ଗୁରୁବାର ଦଶମ ଦିନରେ ପହଞ୍ଚିଛି । ପ୍ରତ୍ୟେକ ଦିନ ପାରମ୍ପାରିକ ରୀତିନୀତିରେ ମା'ଙ୍କୁ ପୂଜାର୍ଚ୍ଚନା କରାଯାଇ ଆସୁଥିବା ଅସ୍ଥାୟୀ ମଣ୍ଡପରେ ଦର୍ଶନ କରିବା ପାଇଁ ଶହ ଶହ ଭକ୍ତଙ୍କ ଲମ୍ବାଲାଇନ ଲାଗିଥାଏ । ଏହାପରେ ସନ୍ଧ୍ୟା ଆଳତୀ କରାଯାଇ ମା'ଙ୍କ ଘଟ ପରିକ୍ରମା କରାଯାଇଥାଏ । ଘଟ ପରିକ୍ରମା ସମୟରେ ମା'ଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳିଛି । ମହିଳା ଭକ୍ତ ମାନେ ମା'ଙ୍କୁ ହଳଦୀ ପାଣିରେ ଗୋଡ ଧୋଇବା ପାଇଁ ବହୁ ମାତ୍ରାରେ ଅପେକ୍ଷା କରି ରହିଥାନ୍ତି । ଗୋଟିଏ ପଟେ ଘଣ୍ଟଘଣ୍ଟା ଶଙ୍ଖ ମହୁରୀ ଶଙ୍ଖ ସାଙ୍ଗକୁ ମହିଳାମାନଙ୍କ ହୁଳହୁଳି ଶଦ୍ଧରେ ଉଛୁଳି ଉଠିଛି ସମଗ୍ର ଅଞ୍ଚଳ । 

ସେପଟେ ଦଶମ ଦିନରେ ମା'ଙ୍କ ଘଟ ଅସ୍ଥାୟୀ ମନ୍ଦିରରୁ ବାହାରି ଦେଶୀବେହେରା ଘରେ ପ୍ରଥମ ଆଳତୀ ହେବା ପରେ ସେଠାରୁ ମହୁରୀ ରାଜବାଟୀ ଦେଇ ଗୁଡ ବଜାର ଦେଇ ପନ୍ଦରା ସାହି, ଜମୁଣିଆ ବନ୍ଧ ସାହି, କେସାରୀ ସାହି, ଖଣ୍ଡିଆ କୁମୁଟି ସାହି, ନୂତନ କାଳୁପାତ୍ର ସାହି, ଶ୍ରାଗୁଣା ସାହି ପରିକ୍ରମା ପରେ ସୀତାରାମ ସାହି ଦେଇ ଗୁଡବଜାର ରାସ୍ତାରେ ପୁଣି ମା' ଅସ୍ଥାୟୀ ମଣ୍ଡପକୁ ଫେରିଥିଲେ । ଘଟ ପରିକ୍ରମା ସମୟରେ ଭକ୍ତଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ସମୀର ଆଚାର୍ଯ୍ୟ । 
 

ABOUT THE AUTHOR

...view details