ୟୁଟ୍ୟୁବ ଦେଖି ବ୍ୟାଙ୍କ ଲୁଟ, କୋରୋନା ସଜାଇଲା ଲୁଟେରା - କୋରୋନା ସଜାଇଲା ଲୁଟେରା
ଭୁବନେଶ୍ବର: ୟୁଟ୍ୟୁବରୁ ଶିଖିଥିଲେ ବ୍ୟାଙ୍କ ଲୁଟର ତରିକା । ଆଉ ଶେଷରେ ଲୁଟିବାରେ ସଫଳ ବି ହେଲେ । ଦୁଇଟି ବ୍ୟାଙ୍କରୁ ସମାନ ଷ୍ଟାଇଲରେ ଲୁଟ କରିଥିଲେ ଯୁବ ବ୍ୟବସାୟୀ। ଯେଉଁ ବ୍ୟାଙ୍କରୁ ଋଣ ନେଇଥିଲେ ଶେଷରେ ସେହି ବ୍ୟାଙ୍କରୁ ଲୁଟିଲେ । ଭୁବନେଶ୍ବର ଉପକଣ୍ଠ ଅଞ୍ଚଳରେ ଥିବା ଦୁଇଟି ବ୍ୟାଙ୍କ ରୁ ସେପ୍ଟେମ୍ବର 7 ଓ ସେପ୍ଟେମ୍ବର 28 ତାରିଖରେ ଲୁଟ ହୋଇଥିଲା। ଏହି ଲୁଟରେ ଜଣେ ମାତ୍ର ଅପରାଧୀ ସାମିଲ ରହିଥିବା ପୋଲିସକୁ ମିଳିଥିଲା ସୁରାକ । କଳା ରଙ୍ଗର ଡ୍ରେସ, ହାତରେ ବନ୍ଧୁକ ପୁଣି ନମ୍ବର ବିହୀନ ସ୍କୁଟିକୁ ବ୍ୟବହାର କରିଥିଲା ଅଭିଯୁକ୍ତ । ଆଉ ଅଭିଯୁକ୍ତ ଜଣଙ୍କ ଜଣେ ଯୁବ ବ୍ୟବସାୟୀ ମଧ୍ୟ । ଯୁବକଙ୍କ ନାମ ଟୁଲୁ ଓରଫ ସୌମ୍ୟ ରଂଜନ ଜେନା। ସୌମ୍ୟ ଯୁକ୍ତ ଦୁଇ ବାଣିଜ୍ୟରେ ପାଠପଢା ଶେଷ କରିବା ପରେ ଏକ ଲୁଗା ଦୋକାନ କରିଥିଲେ। ତେବେ ଲୁଟ ହୋଇଥିବା ଦୁଇଟି ଯାକ ବ୍ୟାଙ୍କରୁ ମୋଟ 19 ଲକ୍ଷ ଟଙ୍କା ଲୋନ ନେଇଥିଲେ। କୋରୋନା ଟାଇମରେ ଲୋନ ସୁଝିବାରେ ଟୁଲୁଙ୍କ ପକ୍ଷରେ ସମ୍ଭବ ହୋଇନଥିଲା। ଏହାପରେ ୟୁଟୁବ ଦେଖି ବ୍ୟାଙ୍କରୁ ଲୁଟ କରିବା ପାଇଁ ଯୋଜନା କରିଥିଲେ ।