ଓଡିଶା

odisha

By

Published : Mar 22, 2022, 5:06 PM IST

Updated : Feb 3, 2023, 8:20 PM IST

ETV Bharat / videos

CMC Election: କଟକରେ ପ୍ରମୁଖ ରାଜନୈତିକ ଦଳ ପ୍ରାର୍ଥୀଙ୍କ ମାରାଥନ ପ୍ରଚାର

କଟକ: ସିଏମସି ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ । ଏଥିପାଇଁ ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରଚାର କରାଯାଇଛି । ବିଜେଡି ମେୟର ପ୍ରାର୍ଥୀ ସୁବାସ ସିଂହ ନିଜ ସମର୍ଥକଙ୍କ ସହ ୱାର୍ଡୱାର୍ଡ ବୁଲି ପ୍ରଚାର କରିଥିବା ବେଳେ, କଂଗ୍ରେସ ମେୟର ପାର୍ଥିନୀ ଗିରିବାଳା ବେହେରା ମଧ୍ୟ ଏଥିରୁ ବାଦ ପଡି ନାହାନ୍ତି । ଗିରିବାଳାଙ୍କ ପାଇଁ ବାରବାଟୀ ବିଧାୟକ ମହମ୍ମଦ ମୋକିମ ପ୍ରଚାରର ମଙ୍ଗ ଧରି ଘରକୁ ଘର ବୁଲି ଭୋଟ ଭିକ୍ଷା କରିଛନ୍ତି । ସେହିପରି ବିଜେପି ମେୟର ପ୍ରାର୍ଥୀ ଶ୍ରୀତମ ଦାଶ ମଧ୍ୟ ନିଜ ସମର୍ଥକଙ୍କ ସହ ବିଭିନ୍ନ ୱାର୍ଡ ବୁଲି ନିଜ ସପକ୍ଷରେ ଭୋଟ ଦେବାପାଇଁ ପ୍ରଚାର କରିଛନ୍ତି । ଭୋଟର ନିଶ୍ଚିତ ସମର୍ଥନ ମିଳିବ ବୋଲି ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ଦୃଢ଼ୋକ୍ତି ଦେଇଛନ୍ତି । କଟକରୁ ନାରାୟଣ ସାହୁ, ଇଟିଭି ଭାରତ
Last Updated : Feb 3, 2023, 8:20 PM IST

ABOUT THE AUTHOR

...view details