ରାଜ୍ୟ ଶିଳ୍ପ ସଂସ୍ଥା ଉପରେ ଲକ ଡାଉନର ପ୍ରଭାବ - କୋରୋନା ପ୍ରଭାବ
ରାୟଗଡ଼ା: କୋରୋନା ମୁକାବିଲା ପାଇଁ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଘୋଷଣା କରିଥିଲେ ଲକଡାଉନ । ତେବେ ଲକ ଡାଉନ ଘୋଷଣା ପରେ ଏହାର ପ୍ରଭାବ ଦଖିବାକୁ ମିଳିଛି ଜିଲ୍ଲାର ବିଭିନ୍ନ ଶିଳ୍ପ ସଂସ୍ଥା ଉପରେ । ଜିଲ୍ଲାର ବୃହତ କମ୍ପାନୀଭାବେ ଜେକେ କାଗଜ କଳ ମଧ୍ୟ ସରକାରୀ ନିୟମମାନି କେବଳ ଶିଳ୍ପ ବଞ୍ଚିବା ଉଦ୍ଦେଶ୍ୟରେ କମରୁ ଅତି କମ କର୍ମଚାରୀଙ୍କ ଦ୍ବାରା କାର୍ଯ୍ୟ ସମ୍ପାଦନ କରୁଛନ୍ତି। ଏତଦ୍ ବ୍ୟତୀତ କର୍ମଚାରୀଙ୍କୁ ଥର୍ମାଲ ସ୍କାନିଂ ପରେ ହାତ ସେନିଟାଇଜେସନ କରି ଭିତରକୁ ଯିବାକୁ ଦିଆଯାଉଛି । ଲକ ଡାଉନକୁ କିପରି କଡାକଡି ପାଳନ କରାଯିବ ସେନେଇ ବିଭିନ୍ନ ଚେକ ପୋଷ୍ଟ ବୁଲି ଦେଖିଛନ୍ତି କାରଖାନାର ସୁରକ୍ଷା କର୍ମୀ । ଏପରିକି କାରଖାନାର ଶିଳ୍ପାଞ୍ଚଳରେ କର୍ମଚାରୀଙ୍କ ବ୍ୟତୀତ ଅନ୍ୟ କାହାରିକୁ ଭିତରକୁ ଛଡ଼ାଯାଉ ନହିଁ । କେବଳ ଜେକେ କାଗଜକଳ ନୁହଁ ,ଜିଲ୍ଲାରେ ଥିବା ଉତ୍କଳ ଆଲୁମିନା, ଇମ୍ଫା ଭଳି ବୃହତ କମ୍ପାନୀରେ ମଧ୍ୟ ସମାନ କଟକଣା ଲାଗୁ ହୋଇଛି । ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ