ଓଡିଶା

odisha

By

Published : Oct 24, 2021, 1:36 PM IST

Updated : Oct 24, 2021, 1:49 PM IST

ETV Bharat / videos

ଭାରତ-ପାକ ମହାମୁକାବିଲା, ଇତିହାସ କାଏମ ରଖିବ କି ଭାରତ

କଟକ: ଆଜି ଦୁଲୁକିବ ଦୁବାଇ ଷ୍ଟାଡିୟମ। ଦୁଇ ବର୍ଷ ପରେ ପୁଣି ମଇଦାନରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ କ୍ରିକେଟ ଟିମ । ସୁପର ସନଡେରେ ବିଶ୍ବ କ୍ରିକେଟର ଦୁଇ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ । ବିଶ୍ବକପରେ ପାକିସ୍ତାନ ବିପକ୍ଷରେ ଭାରତ ଅପରାଜେୟ ଟିମ । ଭାରତର ରେକର୍ଡ ଭଲ ରହିଛି । ଟି-ଟ୍ବେଣ୍ଟି ବିଶ୍ବକପରେ ସବୁଠାରୁ ବହୁ ଚର୍ଚ୍ଚିତ ତଥା ପ୍ରତିକ୍ଷିତ ମ୍ୟାତ ଆଜି ଖେଳାଯିବ । ବାବର ବାହିନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବାବେଳେ ବିରାଟ ବାହିନୀ ବିଜୟୀ ହେବା ପାଇଁ ଗେମ ପ୍ଲାନ କରି ସାରିଛି । କିଏ ବାଜି ମାରିବ କିଏ ହାରିବ ତାକୁ ଅପେକ୍ଷା । ଏ ନେଇ କ୍ରିକେଟ ପ୍ରେମୀ ଉତ୍ସାହିତ ଅଛନ୍ତି । ଟିମ ଇଣ୍ଡିଆ ବାଜି ଜିତିବା ନେଇ ସ୍ପଷ୍ଟ କରିଛନ୍ତି ଓଡିଶା ରଣଜୀ ଖେଳାଳି ସୂର୍ଯ୍ୟକାନ୍ତ ପ୍ରଧାନ। ତାଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ପ୍ରଭୁକଲ୍ୟାଣ ପାଲ ।
Last Updated : Oct 24, 2021, 1:49 PM IST

ABOUT THE AUTHOR

...view details