ଭୂସ୍ବର୍ଗରେ ବରଫ ବର୍ଷା
ଶ୍ରୀନଗର: ଆକାଶରୁ ହେଉଛି ବରଫ ବର୍ଷା । ଆଉ ତଳେ ବିଛେଇ ଦେଇଛି ସ୍ବଚ୍ଛ ତୁଷାରପାତର ଏକ ଗାଲିଚା । ଏହି ଦୃଶ୍ୟ ଦେଖିଲେ ଲାଗୁଛି ସତେ ଯେମିତି ମୁକ୍ତା ଗୁଡିକ ନୀଳ ଆକାଶରୁ ଖସି ପଡୁଛି। ଏ ଦୃଶ୍ୟ ହେଉଛି ଭୂସ୍ବର୍ଗ କାଶ୍ମୀର ଅନନ୍ତନାଗର। ଯେଉଁଠି ଏବେ ତାପମାତ୍ରା ମାଇନସ ଡିଗ୍ରୀରେ ରହୁଥିବା ବେଳେ ଥଣ୍ଡାରେ ଥରୁଛନ୍ତି ଲୋକେ। ଆଉ ଘର ଉପରେ ଜମିଯାଇଛି ମୋଟା ବହଳର ବରଫ ଚାଦର। ପ୍ରବଳ ବରଫପାତ ପାଇଁ ଯାତାୟତ ବାଧାପ୍ରାପ୍ତ ହେଉଥିବା ବେଳେ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି ।
Last Updated : Jan 6, 2021, 1:37 PM IST