ପୁରୀ: ବଡି ଭୋରରୁ ସେବାୟତଙ୍କ ଦ୍ବାରା ଶ୍ରୀମନ୍ଦିରର ଦ୍ବାର ଫିଟାଯାଇଛି । ଏହା ପରେ ମନ୍ଦିରର ନୀତି ଅନୁଯାୟୀ ପତିତପାବନଙ୍କ ପାଖରେ ହାତରେ ଦୀପ ଓ ଘଣ୍ଟ ଧରି ମନ୍ତ୍ରୋଚାରଣ ସହ ହରିବୋଲ ଓ ହୁଳହୁଳି ପକାଇ କରାଯାଇଛି ମଙ୍ଗଳ ଆଳତୀ । ସମଗ୍ର ବିଶ୍ବବାସୀଙ୍କ ମଙ୍ଗଳ କାମନା କରି ଏହି ଆଳତୀ ପ୍ରତ୍ୟେହ ସକାଳୁ କରାଯାଉଛି। ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ