ଫନି ମାଡରେ ମାଟିରେ ଲୋଟିଛି ଔଷଧୀୟ ଉଦ୍ୟାନ
ଭୁବନେଶ୍ବର: ଫନି ମାଡରେ ଘାଇଲା ହୋଇଯାଇଛି ଔଷଧୀୟ ବୃକ୍ଷରାଜି । ଦୁର୍ଲଭ ଗୁଲ୍ମ ସବୁ ମାଟିରେ ଲୋଟି ପଡିଛନ୍ତି । ଏ ଦୃଶ୍ୟ ହେଉଛି ପାତ୍ରପଡାରେ ଥିବା ଔଷଧୀୟ ଉଦ୍ୟାନର । ଉଦ୍ୟାନରେ ପ୍ରାୟ 3 ଶହ ପ୍ରଜାତିର ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା । ଏଠାକୁ ଗବେଷଣା ପାଇଁ ଖାଲି ରାଜ୍ୟ କାହିଁକି ରାଜ୍ୟ ବାହାରୁ ମଧ୍ୟ ଅନେକ ଛାତ୍ର ଆସୁଥିଲେ । ହେଲେ ଛିନ୍ଭିନ୍ ହୋଇ ଯାଇଥିବା ବୃକ୍ଷକୁ ଗବେଷକ ମାନେ ଚିହ୍ନିବା ଏକ ପ୍ରକାର କଷ୍ଟସାଧ୍ୟ ହୋଇପଡିଛି ।