ତାତିରୁ ତ୍ରାହି ଦେଉଛି ଯାଜପୁରର ଦେଶୀ ତରଭୁଜ - hot
ଯାଜପୁର: ଧୁ ଧୁ ଖରାକୁ ନାଲି ଟକ ଟକ ମିଠା ତରଭୁଜ । ଆହାଃ ... କି ଶାନ୍ତି । ଗଛ ଛାଇରେ ବସି 2/4ଖଣ୍ଡ ଖାଇଦେଲେ ମନ ଖୁସି ହୋଇଯାଏ । ଦିପ୍ରହରରର ଗରମ ଭୋକ ସବୁ ମେଣ୍ଟିଯାଏ । ଦୂରେଇଯାଏ ଥକାପଣ ।ଏଥିପାଇଁ ତ ଯାଜପୁର ଦେଇ ଯାଇଥିବା ୧୬ ନଂ ଜାତୀୟ ରାଜପଥ କଡ ତରଭୁଜ ଦୋକାନରେ ଜମୁଛି ବାଟୋଇଙ୍କ ଭିଡ । ଗନ୍ତବ୍ୟ ସ୍ତଳକୁ ଯିବା ପୂର୍ବରୁ ମୁଡ ହୁଏ ଟିକେ ଯାଜପୁରର ଏଇ ଦେଶୀ ତରଭୁଜ ଖାଇବାକୁ । ନିଜେ ଖାଇବା ସହ ପରିବାର ଲାଗି ମଧ୍ୟ ବୋହିନିଅନ୍ତି ଯାତ୍ରୀ ।