ଜାଗର କଟକଣା ନେଇ ଅସନ୍ତୋଷ ଜିଲ୍ଲାବାସୀ
ବାଲେଶ୍ବର: ମହାଶିବରାତ୍ରି ପାଇଁ ପ୍ରଶାସନ ପକ୍ଷରୁ ଜାରି କଟକଣାକୁ ନେଇ ବିଭିନ୍ନ ମହଲରେ ପ୍ରକାଶ ପାଇଛି ଅସନ୍ତୋଷ । ବାଲେଶ୍ଵରରେ ଥିବା ବିଭିନ୍ନ ମନ୍ଦିର କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ କଟକଣା କୋହଳ କରିବା ତଥା ଭକ୍ତଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାର ଅନୁମତି ଦେବାପାଇଁ ଦାବି ହୋଇଛି। ପୂଜକମାନେ ମଧ୍ୟ ବହୁତ ଦିନ ଧରି ରୋଜଗାର ହରାଇଥିବା ବେଳେ ଜାଗରକୁ ଅନେଇ ବସିଥିଲେ। ହେଲେ ଜାଗରରେ ଭକ୍ତଙ୍କୁ ମନ୍ଦିର ମନା କଟକଣା ପରେ ସବୁ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ