ଯାଜପୁରରେ ସଟଡାଉନ ଦ୍ଵିତୀୟ ଦିନ, ଚାଲିଛି କଡା ଚେକିଂ - jajpur lockdown news
ଯାଜପୁର ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବେ ସଟଡାଉନ କରାଯାଇଥିବାବେଳେ, ଜିଲ୍ଲାରେ ସବୁ ସ୍ଥାନରେ ପୋଲିସ ପକ୍ଷରୁ ଚାଲିଛି ଚେକିଂ। ଜିଲ୍ଲାର ଚଣ୍ଡିଖୋଲ, ଜାରକା, ଯାଜପୁର ଟାଉନ, ବ୍ୟାସନଗର ଓ କଳିଙ୍ଗନଗର ଆଦି ମୁଖ୍ୟ ସହର ରହିଛି ଜନଶୂନ୍ୟ। ଯାଜପୁର ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ପାଇଁ ନିୟୋଜିତ ହୋଇଛନ୍ତି ପୋଲିସ। ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମିନାଙ୍କ ନେତୃତ୍ୱରେ ଜିଲ୍ଲାର ବିଭିନ୍ନ ସହର, ବଜାର, ଗାଁ ଆଉ ଜିଲ୍ଲାକୁ ସଂଯୋଗ କରୁଥିବା ସୀମାରେ 12 ପ୍ଲାଟୁନ ପୋଲିସ ଫୋର୍ସ, ୩ ଜଣ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ୨ ଜଣ ଏସଡିପିସଓ, ୧୯ ଜଣ ଥାନା ଅଧିକାରୀ ନିୟୋଜିତ ହୋଇଛନ୍ତି । ସଟଡାଉନର ସ୍ଥିତି କେମିତି ଅଛି, ସେନେଇ କଳିଙ୍ଗନଗର ଆରକ୍ଷୀ ଅଧିକ୍ଷକଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି। ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ