ଓଡିଶା

odisha

ETV Bharat / videos

ଘରୁ ଗାଡି କାଢିଲେ ଛାତି ଧଡଧଡ - ନୂଆ ଟ୍ରାଫିକ ନିୟମ

By

Published : Sep 13, 2019, 7:40 PM IST

ହାଇଦ୍ରାବାଦ: ଗାଡି ଧରି ଘରୁ ବାହାରିଲେ ଛାତି ଧଡ ଧଡ । ରାସ୍ତାରେ ପୋଲିସ ଦେଖିଲେ ହାତ ଗୋଡ ଥରୁଛି । କାଳେ କେଉଁ ନିୟମରେ ଧରାପଡିଯିବୁ କି ? ଏଭଳି ଭୟରେ ଚାଳକ ଛାନିଆ । କାହିଁକି ବା ନ ହେବେ । ସେପ୍ଟେମ୍ବର ପହିଲାରୁ ନୂଆ ମୋଟର ଯାନ ଆଇନ ଲାଗୁ ନାଁରେ ଯେପରି ଜୋରିମାନା କଷୁଛନ୍ତି ଶୁଣିଲାବେଳକୁ କାନ ତାବଜା । କେବଳ ମେଟ୍ରୋସିଟି ନୁହେଁ ଓଡିଶା, ଉତ୍ତରପ୍ରଦେଶ , ହରିୟାଣା ଭଳି ରାଜରାସ୍ତାରେ ଗାଡି ଚଲାଇବା ଭାରୀ କାଠିକର ପାଠ । ଚେକିଂ କଡାକଡି ଯୋଗୁଁ ଚାଳକ 6 ଟଙ୍କା ଘୋଡାକୁ ଦାନା 9 ଟଙ୍କା ଭରୁଛନ୍ତି । ବହୁ ରାଜ୍ୟ ଏହି ନିୟମକୁ ଗ୍ରହଣ କରିନଥିବା ବେଳେ 10ଗୁଣା ଜୋରିମାନାକୁ କେତେକ ବିରୋଧ ତେଜିବାରେ ଲାଗିଛି । ଏପଟେ ନୂଆ ନିୟମ ଯୋଗୁଁ ପରେ ରାଜସ୍ବ ମଧ୍ୟ ଖସିବାକୁ ଲାଗିଲା । ଶେଷରେ ଓଡିଶା ସରକାର ନିୟମକୁ 3 ମାସ କୋହଳ କରି ପରିସ୍ଥତିକୁ ନିୟନ୍ତ୍ରଣ କରିଛନ୍ତି । ତେବେ ଆଗାମୀ ଦିନରେ କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ଦେଶର ସୁରକ୍ଷା ଓ ଅର୍ଥନୀତିକୁ କେତେ ଲାଭପ୍ରଦ ହେବ ତାହା ସମୟ ସାପେକ୍ଷ । ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

ABOUT THE AUTHOR

...view details