ପ୍ରବାସୀ ଓଡ଼ିଆ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନର ମକଡ୍ରିଲ
ଯାଜପୁର: ଲକଡାଉନ କାରଣରୁ ବାହାରେ ଫସି ରହିଛନ୍ତି ବହୁ ପ୍ରବାସୀ ଓଡ଼ିଆ । ଆଉ ସେମାନଙ୍କୁ ଆଣିବା ପଇଁ ସରକାର ଯଥା ସମ୍ଭବ ଚେଷ୍ଟା ଚଳାଇଛନ୍ତି । ଏପଟେ ଯାଜପୁର ରୋଡ ରେଳଷ୍ଟେସନରେ ଓହ୍ଲାଇବେ ପ୍ରବାସୀ ଓଡ଼ିଆ। ସେମାନଙ୍କ ଆଗମନ ପାଇଁ ରେଳବିଭାଗ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ ସୋମାନେ କିପରି ଓହ୍ଲେଇବେ କେଉଁଠି ରହିବେ ଆଉ ତାଙ୍କର କିପରି ରେଜିଷ୍ଟ୍ରେସନ ହେବ ସେଥିପାଇଁ ଏକ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରେଳବିଭାଗର ଅଧିକାରୀ, ଜିଲ୍ଲା ପ୍ରଶାସନ ଏବଂ ଶିକ୍ଷକ,ଶିକ୍ଷୟତ୍ରୀ ମାନେ ସାମିଲ ହୋଇଛନ୍ତି। ଏହି ମକ ଡ୍ରିଲକୁ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ଓ ଯାଜପୁର ରୋଡ ତହସିଲଦାର ତଦାରଖ କରୁଛନ୍ତି ।