କଟକଚଣ୍ଡୀଙ୍କ ମହାକାଳୀ ବେଶ, ଦର୍ଶନ ପାଇ ଭାବବିହ୍ବଳ ଭକ୍ତ
କଟକ: ଆଜି ମା' କଟକ ଚଣ୍ଡୀଙ୍କ ମହାକାଳୀ ବେଶ । ମାଙ୍କ ଦର୍ଶନ ପାଇଁ ଭାବବିହ୍ବଳ ହୋଇପଡିଛନ୍ତି ଭକ୍ତ। ବିଶେଷକରି ଆଜି ନବରାତ୍ରର ସପ୍ତମ ଦିନ ହୋଇଥିବାରୁ ଶକ୍ତି ପୀଠରେ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁମାନେ ମା ଙ୍କୁ ଦର୍ଶନ କରୁଛନ୍ତି। କୋଭିଡ଼ ନିୟମ ପାଳନ କରି ମାଙ୍କୁ ଦର୍ଶନ କରୁଛନ୍ତି ଭକ୍ତ। ଗତବର୍ଷ କୋରୋନା ପାଇଁ ମା ଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ ଶ୍ରଦ୍ଧାଳୁ। ତେବେ ଚଳିତବର୍ଷ ଦର୍ଶନ ପାଇଁ ସୁଯୋଗ ମିଳୁଥିବାରୁ ଶ୍ରଦ୍ଧାଳୁମାନେ ବେଶ ଖୁସି ପ୍ରକଟ କରିଛନ୍ତି । ମନ୍ଦିର ପରିସରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । କଟକରୁ ନାରାୟଣ ସାହୁ,ଇଟିଭି ଭାରତ