ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା, ଜାଣନ୍ତୁ ମହତ୍ତ୍ବ... - debasnana purnima at puri
ପୁରୀ: ଆଜି ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା । ଯାହାକୁ ଜ୍ୟେଷ୍ଠ ପୂର୍ଣ୍ଣିମା ବା ମଞ୍ଚସ୍ନାନ ବା ପତିତପାବନୀ ସ୍ନାନ ମଧ୍ୟ କୁହାଯାଏ । ତେବେ ଏନେଇ ସଜେଇ ହୋଇଛି ସ୍ନାନବେଦୀ। ରତ୍ନବେଦୀରୁ ସ୍ନାନବେଦୀକୁ ଆସିଛନ୍ତି ଚତୁର୍ଦ୍ଧାମୂର୍ତ୍ତି ଶ୍ରୀ ଜଗନ୍ନାଥ । କୋଭିଡ କଟକଣା ମଧ୍ୟରେ ଚଳିତବର୍ଷ ବିନା ଭକ୍ତରେ ଚାଲିଛି ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା। ଧାଡି ପହଣ୍ଡିରେ ଆସି ଚତୁର୍ଦ୍ଧା ବିଗ୍ରହ ସ୍ନାନବେଦୀ ଉପରକୁ ବିଜେ କରିଛନ୍ତି। ଷୋଡ଼ଷ ଉପଚାର ପୂଜା ପରେ ୧୦୮ ଗରା ଜଳରେ ସ୍ନାନ କରିଛନ୍ତି ମହାପ୍ରଭୁ । ଏହାପରେ ମହାପ୍ରଭୁଙ୍କ ଛେରାପହଁରା ନୀତି ଓ ହାତୀବେଶ କରାଯିବ। ଏ ପଟେ କୋଭିଡ କଟକଣା ମଧ୍ୟରେ ନୀତିକାନ୍ତି କରୁଛନ୍ତି ସେବାୟତ । ତେବେ ମହାପ୍ରଭୁଙ୍କ ସ୍ନାନଯାତ୍ରାର କଣ ରହିଛି ମହତ୍ତ୍ବ, ଏନେଇ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାରକଙ୍କ ସହ କଥା ହୋଇଛନ୍ତି ଆମ ସମ୍ବାଦଦାତା ।