ଡହଡହ ଖରାରେ ସିଝୁଛି କଳାହାଣ୍ଡି, ଖାଁ ଖାଁ ଦୋକାନ ବଜାର - heatwave
କଳାହାଣ୍ଡି: ସାରାରାଜ୍ୟରେ ବର୍ଷୁଛି ନିଆଁର ବର୍ଷା । ଝାଞ୍ଜି ପବନ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଲେଣି ଜନଜୀବନ । ସୂର୍ଯ୍ୟଙ୍କ ପ୍ରଖର ରୂପକୁ ପ୍ରଚଣ୍ଡ ରୌଦ୍ର ତାପରେ ଭୟଭୀତ ଜୀବଜଗତ । ସତେ ଯେପରି ତତଲା କଡେଇରେ ଭାଜି ହୋଇଯାଉଛି କଳାହାଣ୍ଡି । ସହରର ତାପମାତ୍ରା ଏବେ ୪୩ ଡିଗ୍ରୀରୁ ଅଧିକ । ଅସହ୍ୟ ଗରମ ସାଙ୍ଗକୁ ଅଘୋଷିତ ବିଜୁଳି କାଟ ଲୋକଙ୍କ ଦୁଃଖକୁ ଦ୍ଵିଗୁଣିତ କରିଦେଉଛି । ମୁଣ୍ଡଫଟା ଖରାରେ ବନ୍ଦ ରହୁଛି ଦୋକାନ ବଜାର । ଟାଣ ଖରା ଯୋଗୁଁ ଖାଁ ଖାଁ ଲାଗୁଛି ସହର ।