ଓଡିଶା

odisha

By

Published : Oct 10, 2020, 7:19 PM IST

ETV Bharat / videos

ରୂପେଲି ପରଦାରେ ଏବେବି ରେଖାଙ୍କ ରାଜ

ହାଇଦ୍ରାବାଦ: 66 ବର୍ଷରେ ପାଦ ଥାପିଛନ୍ତି ବଲିଉଡର ସତୁରୀ ଏବଂ ଅଶୀ ଦଶକର ଲୋକପ୍ରିୟ ଅଭିନେତ୍ରୀ ରେଖା । ନିଜ ସୁନ୍ଦରତା, ଦମଦାର ଅଭିନୟ ପାଇଁ ଦର୍ଶକଙ୍କ ମନରେ ସୃଷ୍ଟି କରିଛନ୍ତି ନିଆରା ପରିଚୟ । 1966 ରେ ଶିଶୁ କଳାକାର ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । 70 ଦଶକରେ ମୁକନ୍ଦର କା ସିକନ୍ଦର, ସୁହାଗ, ମିଷ୍ଟର ନଟୱରଲାଲ, ଖୁନ ପସିନା ଭଳି ଫିଲ୍ମରେ ଅମିତାଭ ବଚ୍ଚନଙ୍କ ସହ ତାଙ୍କ ଯୋଡି ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା । ରେଖାଙ୍କୁ ବର୍ଷ ୧୯୮୧ରେ 'ଖୂବସୂରତ' ଏବଂ ୧୯୮୯ରେ 'ଖୂନ ଭରୀ ମାଂଗ' ପାଇଁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ଫିଲ୍ମ ଫେୟାର ପୁରସ୍କାର ମିଳିଥିଲା । ଏବେବି ବଡ ପରଦାରେ ରେଖାଙ୍କ ଯାଦୁ ରହିଛି । ଆଜି ତାଙ୍କ ଜନ୍ମଦିନରେ ଇଟିଭି ଭାରତ ପରିବାର ପକ୍ଷରୁ ଅନେକ ଅନେକ ଶୁଭେଚ୍ଛା...

ABOUT THE AUTHOR

...view details