ଲଗାଣ ବର୍ଷା ଓ କୁଆପଥର ମାଡରେ ଫସଲ ନଷ୍ଟ
ଭବାନୀପାଟଣା: ଲଗାଣ ବର୍ଷା ଓ କୁଆପଥର ମାଡ଼ରେ ଫସଲ ନଷ୍ଟ । କଳାହାଣ୍ଡି ଜିଲ୍ଲାରେ ଦୁଇଦିନ ଧରି ଲାଗି ଲଗାଣ ବର୍ଷା ଓ କୁଆପଥର ମାଡ଼ରେ ଫଳରେ ଅନେକ ଚାଷ ନଷ୍ଟ ହୋଇଥିବା ଦେଖିବାକୁ ମିଳିଥିବା ବେଳେ କୁଆପଥର ବର୍ଷ କାଶ୍ମୀର ଭଳି ଚିତ୍ର ବୟାନ କରୁଛି। ଘଣ୍ଟା ଘଣ୍ଟା ଧରି କୁଆପଥର ମାଡ଼ ହେବା ଫଳରେ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ନେଇ ଚାଷୀ ଅଭିଯୋଗ କରିଛନ୍ତି। ଜିଲ୍ଲାର ଧର୍ମଗଡ଼, ଜୁନାଗଡ଼ ଅଞ୍ଚଳରେ ବ୍ୟାପକ ମାତ୍ରାରେ ପନିପରିବା ସହ ଡାଲି ଜାତୀୟ ଚାଷ ନଷ୍ଟ ହୋଇଥିବା ବେଳେ ଚାଷୀ ମୁଣ୍ଡରେ ହାତ ଦେଇବସିଛି। ସେପଟେ ଲଗାଣ ବର୍ଷା କୁଆପଥର ମାଡ଼ରେ ଧର୍ମଗଡ଼ ଅଞ୍ଚଳ ଅନେକ ଘର ଛାତ ଉଡିବା ସହ ଘର କାନ୍ଥ ଭୁଶୁଡିଯାଇଥିବା ସୂଚନା ମିଳିଛି। ତେବେ ଏଭଳି ବର୍ଷ ଆଉ ଦୁଇ ଦିନ ଧରି ଲାଗିବ ରହିବ ବୋଲି ପାଣିପାଗ ବିଭାଗ କହୁଥିବା ବେଳେ କ୍ଷୟକ୍ଷତି ଆକଳନ କରି ସରକାର ସହାୟତ ଯୋଗାଇ ଦେବାକୁ ଦାବି ହୋଉଛି । କଳାହାଣ୍ଡିରୁ ଅଜିତ ସିଂ,ଇଟିଭି ଭାରତ