ବୈତରଣୀ ନଦୀରେ 40ଫୁଟର ଘାଇ, ବ୍ୟାପକ ଅଞ୍ଚଳ ଜଳମଗ୍ନ - 40ଫୁଟର ଘାଇ
ଯାଜପୁର: ବାତ୍ୟା ଆଣିଛି ବନ୍ୟା ବିପତ୍ତି । ୟସ ପ୍ରଭାବରେ ପ୍ରବଳ ବର୍ଷା କାରଣରୁ ବୈତରଣୀ ଏବଂ ଏହାର ଶାଖା ନଦୀ ଗୁଡ଼ିକରେ ପ୍ରଥମ ବନ୍ୟା ଆସିଛି । ଆଖୁଆପଦା, ବଲ୍ଲବୀଘାଟ ଏବଂ ଦଶରଥପୁରଠାରେ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଏବେ ବି ବନ୍ୟାଜଳ ଧୀରେ ଧୀରେ ବୃଦ୍ଧି ପାଉଛି । ଏଥିପାଇଁ ନଦୀ କୁଳିଆ ଲୋକେ ଭୟଭୀତ ହୋଇପଡିଛନ୍ତି । ଅନ୍ୟପଟେ ଲୋକଙ୍କୁ ଆତଙ୍କିତ ନହୋଇ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ବନ୍ୟା ଆସିବା ଫଳରେ ଯାଜପୁର ବ୍ଲକ ଏବଂ ଦଶରଥପୁର ବ୍ଳକର ବହୁ ଗାଁରେ ବନ୍ୟାଜଳ ପ୍ରବେଶ କରିଛି । କିଛି ଗ୍ରାମରେ ଲୋକ ଜଳବନ୍ଦୀ ହୋଇଥିବା ସୂଚନା ମିଳିଛି । ସେପଟେ ଦଶରଥପୁର ବ୍ଲକ ଦୁଦୁରାଅଣ୍ଟା କଣ୍ଟାପଡ଼ା ନିକଟରେ ବୈତରଣୀର ଶାଖାକାଣୀ ନଦୀରେ ୪୦ ଫୁଟର ଘାଇ ହୋଇଛି । ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି ।