ଓଡିଶା

odisha

ETV Bharat / videos

ପ୍ରଶାସନର ଅବହେଳା, ଅଦିନିଆ ବର୍ଷାରେ ଭିଜୁଛି ଚାଷୀଙ୍କ ଧାନ

By

Published : Jan 12, 2022, 10:43 PM IST

ନୂଆପଡା: ଜିଲ୍ଲା ବୋଡେ଼ନ ବ୍ଲକ ଲରକା ଗ୍ରାମପଞ୍ଚାୟତ ସ୍ଥିତ କାମପୁର ଧାନ ମଣ୍ଡିରେ ବେହାଲ ଚାଷୀ । ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଥିବାବେଳେ,ଚାଷୀଙ୍କ ଧାନ ଖୋଲା ଆକାଶ ତଳେ ପଡିରହି ବର୍ଷା ପାଣିରେ ଭିଜୁଥିବା ଦେଖାଦେଇଛି । ଅନ୍ନଦାତା ଚାଷୀ ଚିନ୍ତାରେ ଭାଙ୍ଗି ପଡିଥିବାବେଳେ,ଚାଷୀଙ୍କ ସମସ୍ୟା ବୁଝିବାକୁ କେହି ନାହାଁନ୍ତି । ଅପରପକ୍ଷେ ଧାନ କ୍ରୟ କରିବାପାଇଁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦାୟିତ୍ବ ନେଇଥିବା ବେଳେ, ଟାର୍ଗେଟ ମିଳୁନାହିଁ କିମ୍ବା ମିଲର୍ସ ଆସୁନାହିଁ । ଯାହାଫଳରେ ଏଭଳି ସ୍ଥିତି ଉପୁଜିଥିବା ମହିଳା ମାନେ ପ୍ରକାଶ କରିଛନ୍ତି । ଏନେଇ ଚାଷୀ,ଏସଏଚଜି ମହିଳା ଏବଂ ଚାଷୀ ନେତାଙ୍କ ସହ ଆମ ନୂଆପଡା ପ୍ରତିନିଧି ସିଧାସଳଖ ଆଲୋଚନା କରିଛନ୍ତି। ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ

ABOUT THE AUTHOR

...view details