କରଜ କରି ଫୁଲ ଚାଷ କରିଥିଲି, ଏବେ ସେ ଫୁଲକୁ କଣ କରିବି ? - ଚିନ୍ତାରେ ସୂର୍ଯ୍ୟମୁଖୀ ଚାଷୀ
ଆନନ୍ଦପୁର: କୋରୋନା ପାଇଁ ସାରାଦେଶ ଲକଡାଉନ ଥିବା ବେଳେ ଚିନ୍ତାରେ ସୂର୍ଯ୍ୟମୁଖୀ ଫୁଲ ଚାଷୀ । ୬ ଏକର ଜମିରେ ସୂର୍ଯ୍ୟମୁଖୀ ଫୁଲ ଚାଷ କରିଥିବା ଘସିପୁରା ବ୍ଳକ ପୁରୁଣାବାନ୍ଦଗୋଡ଼ାର ଚାଷୀ ଭରତଚନ୍ଦ୍ର ସା ଏବେ ଚିନ୍ତାରେ । ଅମଳ ସମୟ ହେବାକୁ ଥିବା ବେଳେ କିପରି ସୂର୍ଯ୍ୟମୁଖୀ ମଞ୍ଜି ବିକିବେ, ତାହା ଏବେ ମୁଣ୍ଡବ୍ୟଥାର କାରଣ ପାଲିଟିଛି । ତେଣୁ ସରକାରଙ୍କ ତରଫରୁ କିଛି ବ୍ୟବସ୍ଥା କରିବା ପାଇଁ ନିବେଦନ କରିଛନ୍ତି ଘନଶ୍ୟାମ ।