ଓଡିଶା

odisha

ETV Bharat / videos

ପ୍ରବାସୀ ବଢାଉଛନ୍ତି ଚିନ୍ତା, ପରୀକ୍ଷା ପାଇଁ ଗଲା 185 ଜଣଙ୍କ ସ୍ବାବ

By

Published : May 8, 2020, 6:28 PM IST

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ଗତକାଲି ପଶ୍ଚିମବଙ୍ଗରୁ ଫେରିଥିବା ୭୦ ବର୍ଷିୟ ବୃଦ୍ଧଙ୍କ ଠାରେ କୋରୋନା ଭୂତାଣୁ ଚିହ୍ନଟ ହେବାପରେ ତାଙ୍କ ସହ ଗୋଟିଏ ଗାଡିରେ ଆସିଥିବା ସମସ୍ତ ପରିବାର ଲୋକଙ୍କୁ ପ୍ରଶାସନ ନାଉଁଗାର ଏକ କ୍ବାରେଣ୍ଟାଇନରେ ରଖି ସ୍ବାବ ନମୁନା ପରୀକ୍ଷା ପାଇଁ କଟକ ପଠାଇଛି। ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ଏବେ ସୁଦ୍ଧା ବିଭିନ୍ନ ରାଜ୍ୟରୁ ଆସିଥିବା ୧୮୫ ଜଣଙ୍କ ସ୍ବାବ୍ ନମୂନା ପରୀକ୍ଷା ପାଇଁ ପଠା ଯାଇଛି। ବିଶେଷକରି ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରରୁ ଆସିଥିବା ପ୍ରବାସୀଙ୍କ ଠାରେ କୋରୋନା ଭୂତାଣୁ ଚିହ୍ନଟ ହୋଇଥିବା ଜଣା ପଡିଛି। ଜିଲ୍ଲାରେ ମୋଟ୍ ଆକ୍ରାନ୍ତ ୫ ଜଣଙ୍କୁ ଭୁବନେଶ୍ବର କୋଭିଡ୍ ହସ୍ପିଟାଲକୁ ସ୍ତାନାନ୍ତର କରାଯାଇଛି।

ABOUT THE AUTHOR

...view details