ନ୍ୟୁଜ ଆଙ୍କର ହୋଇ ACFଙ୍କ ପାଇଁ ନ୍ୟାୟ ମାଗିଲେ ନାବାଳକ - news anchor boy demand justice
ବାଲେଶ୍ବର: ACF ସୌମ୍ୟ ରଂଜନ ମହାପାତ୍ରଙ୍କ ମୃତ୍ୟୁ ରହସ୍ୟର ପର୍ଦ୍ଦାଫାଶ ପାଇଁ ନ୍ୟୁଜ ଆଙ୍କର ଢଙ୍ଗରେ ନ୍ୟାୟ ଦେବାକୁ ନିବେଦନ କରିଛନ୍ତି ଜଣେ ନାବାଳକ । ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକର କୁନି ବାଳକ ତ୍ରିରଙ୍ଗା ପ୍ରିୟଦର୍ଶନ ଜଣେ ଅଭିଜ୍ଞ ଆଙ୍କରଙ୍କ ଭଳି ACFଙ୍କ ନ୍ୟାୟ ଦାବି କରିଛନ୍ତି। ପୂର୍ବରୁ ପରୀ ହତ୍ୟା ମାମଲାରେ ସେ ଏକ କବିତା ଲେଖି ଚର୍ଚ୍ଚାକୁ ଆସିଥିଲେ। ଠିକ ସେହିପରି ଭାବେ ACF ସୌମ୍ୟ ରଂଜନ ମହାପାତ୍ରଙ୍କ ମୃତ୍ୟୁକୁ ନେଇ ନ୍ୟାୟ ଦେବା ପାଇଁ ରାଜ୍ୟ ସରକାରଙ୍କୁ ଗୁହାରୀ କରିଛନ୍ତି। ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ